ଖୁବ୍‌‌ଶୀଘ୍ର ପୂରଣ ହେବ ୧୫୪୩ ପିଜିଟି ପଦ: ପ୍ରଥମ ପର୍ଯ୍ୟାୟରେ ୫୫୫ ଓ ୨ୟ ପର୍ଯ୍ୟାୟରେ ୯୮୮ ଜଣଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧୫୪୩ ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌‌ ଶିକ୍ଷକ) ପଦ ଖୁବଶୀଘ୍ର ପୂରଣ ହେବ। ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଏସବି(ରାଜ୍ୟ ଚୟନ ବୋର୍ଡ଼)କୁ ଚିଠି ଲେଖାଯାଇଛି। ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ବିଭାଗ ଏସଏସବିକୁ ଚିଠିରେ ଦର୍ଶାଇଛି। ପ୍ରଥମ ପର୍ଯ୍ୟାୟରେ ୫୫୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୮୮ ଜଣ ପିଜିଟିଙ୍କୁ ନିଯୁକ୍ତି ଦିଆଯିବ। ତେବେ ଗଣଶିକ୍ଷା ବିଭାଗ ଚୟନ ପ୍ରକ୍ରିୟା ପାଇଁ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିଲା।

Leave a comment