ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫାଇଜର ଟିକାକୁ ଭାରତରେ ଖୁବ ଶୀଘ୍ର ମିଳିପାରେ ଅନୁମତି

ନୂଆଦିଲ୍ଲୀ: ଭାରତକୁ ମିଳିବାକୁ ଯାଉଛି ଆଉ ଏକ କରୋନା ଟିକା । ଖୁବଶୀଘ୍ର ଭାରତ ସରକାର ଆମେରିକା ଫାର୍ମୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାର ବ୍ୟବହାର ପାଇଁ ଅନୁମତି ଦେଇପାରନ୍ତି । ଭାରତରେ ଫାଇଜର ଟିକାକୁ ଖୁବ ଶୀଘ୍ର ମିଳିପାରେ ଅନୁମତି । ଏ ନେଇ ଶେଷ ପର୍ଯ୍ୟାୟରେ ଆଲୋଚନା ପହଞ୍ଚିଥିବା କହିଛନ୍ତି ଫାଇଜର୍ ସିଇଓ ଆଲବର୍ଟ ବୋଉର୍ଲା ।

କମ୍ପାନୀ ଯେଉଁ କିଛି ସର୍ତ୍ତ ରଖିଛି ତାହା ଉପରେ ଆଲୋଚନା ଜାରି ରହିଛି । ଭାରତ ସରକାର ଫାଇଜରକୁ ଅନୁମତି ଦେଲେ କମ୍ପାନୀ ଚଳିତବର୍ଷ ୫ କୋଟି ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଆଲବର୍ଟ । ଆମେରିକା ସମେତ ଅନ୍ୟ ଦେଶରେ ଏବେ ଫାଇଜର ଟିକାର ବ୍ୟବହାର ଜାରି ରହିଛି । କରୋନା କ୍ଷେତ୍ରରେ ଫାଇଜର ଟିକା ୯୫ ପ୍ରତିଶତ ପ୍ରଭାବଶାଳୀ ହେଉଛି । ଭାରତରେ ଏବେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ବ୍ୟବହାର ହେଉଥିବା ବେଳେ ସ୍ପୁଟିନିକ୍-ଭିକୁ ଅନୁମତି ମିଳିସାରିଛି ।

Leave A Reply

Your email address will not be published.