ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ବାଚନୀ ରାଜନୀତିରେ ସାମାଜିକ ଗଣମାଧ୍ୟମର ହସ୍ତକ୍ଷେପକୁ ସୋନିଆଙ୍କ ବିରୋଧ, କହିଲେ ସରକାରଙ୍କ ଇସାରାରେ କାମ କରୁଛି ସୋଶାଲ ମିଡିଆ

ନୂଆଦିଲ୍ଲୀ :  କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି। ଦେଶର ନିର୍ବାଚନୀ ରାଜନୀତିରେ ସୋଶାଲ ମିଡିଆ କମ୍ପାନୀର  ହସ୍ତକ୍ଷେପକୁ ସେ ନିନ୍ଦା କରିବା ସହ ଏହା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି। ଲୋକସଭାରେ ସୋନିଆ ଏ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଫେସବୁକ୍ ଏବଂ ଟ୍ୱିଟର ପରି ବିଶ୍ବସ୍ତରୀୟ କମ୍ପାନୀଗୁଡିକ ରାଜନେତା, ରାଜନୈତିକ ଦଳଗୁଡିକର ବିଭିନ୍ନ ମିଛ ପ୍ରଚାର ପାଇଁ ସହାୟତା କରୁଛନ୍ତି।

ସୋନିଆ କହିଛନ୍ତି ଆମକୁ ଗଣତନ୍ତ୍ର ଓ ସାମାଜିକ ସଦଭାବର ସୁରକ୍ଷା କରିବାକୁ ପଡ଼ିବ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ଉଯୁକ୍ତ ସୁରକ୍ଷା ପାଇଁ ନିର୍ବାଚନୀ ରାଜନୀତିରେ ସୋଶାଲ ମିଡିଆର ହସ୍ତକ୍ଷେପ ଆଦୌ ଠିକ୍‌ ନୁହେଁ। କ୍ଷମତାରେ ଯିଏ ବି ଥାଆନ୍ତୁ, ସମସ୍ତେ ଗଣତନ୍ତ୍ର ସୁରକ୍ଷା କରିବା ଦରକାର।ସୋଶାଲ ମିଡିଆର ଦ୍ୱାରା ଯୁବଗୋଷ୍ଠୀଙ୍କ ମୁଣ୍ଡରେ ଘୃଣା ଓ ବିଦ୍ୱେଷ ସୃଷ୍ଟି କରାଯାଉଛି। ତେଣୁ ସରକାର ଏହା ଉପରେ ରୋକ ଲଗାଇବା ଦରକାର। ସୋଶାଲ ମିଡିଆ ବେଶ ବିପଦଜନକ ଭାବେ ଆମ ଗଣତନ୍ତ୍ରକୁ ନିୟନ୍ତ୍ରଣ କରୁଛନ୍ତି। ଫେସବୁକ ଓ ଟ୍ୱିଟର ଭଳି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ବେଶ ସକ୍ରିୟ ଭାବେ କିଛି ନିର୍ଦ୍ଦଷ୍ଟ ପ୍ରସଙ୍ଗକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି।ତେଣୁ ଏହା ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ବୋଲି ସୋନିଆ କହିଛନ୍ତି।

ଅନ୍ୟପଟେ ସୋନିଆ ଗାନ୍ଧୀ ଆହୁରି ମଧ୍ୟ  ଅନ୍ତର୍ଜାତୀୟ ଗଣମାଧ୍ୟମ Al Jazeeraରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ରିପୋର୍ଟରେ ଅନ୍ୟାନ୍ୟ ରାଜନୈତିକ ଦଳ ଅପେକ୍ଷା ଭାରତରେ ନିର୍ବାଚନ ପ୍ରଚାର ବିଜ୍ଞାପନ ବାବଦକୁ ଶାସକ ‘ଭାରତୀୟ ଜନତା ପାର୍ଟି’ଠାରୁ ‘ଫେସ୍‌ବୁକ୍‌’ କମ୍‌ ମୂଲ୍ୟ ନେଇଥିବା କଥା ଜଣାପଡ଼ିଛି।୨୨ ମାସରେ କରାଯାଇଥିବା ୧୦ଟି ନିର୍ବାଚନ ଉପରେ ଆଧାରିତ ଏହି ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୨୦୧୯ରେ ‘ବିଜେପି’ ବିଜୟୀ ହୋଇଥିବା ଜାତୀୟ ନିର୍ବାଚନ ସମତେ ୧୦ଟି ନିର୍ବାଚନରୁ ୯ଟିର ପ୍ରଚାର ବିଜ୍ଞାନପନ ପାଇଁ ବିରୋଧୀ ଦଳମାନଙ୍କ ତୁଳନାରେ ‘ବିଜେପି’ଠାରୁ କମ୍‌ ମୂଲ୍ୟ ନିଆଯାଇଛି।ସୁଲଭ ଦର ଯୋଗୁଁ ‘ବିଜେପି’ ଭାରତରେ ‌‌‘ଫେସ୍‌ବୁକ୍‌’ର ସବୁଠୁ ବଡ଼ ‘କ୍ଲାଏଣ୍ଟ୍‌’ (ଗ୍ରାହକ) ହୋଇପାରିଛି। କେବଳ ସେତିକି ନୁହେଁ, ସ୍ବଳ୍ପ ଅର୍ଥ ବ୍ୟୟ କରି ‘ବିଜେପି’ ଅଧିକ ଭୋଟ୍‌ଦାତାମାନଙ୍କ ପାଖରେ ପହଞ୍ଚିବାରେ ନିର୍ବଚାନ ପ୍ରଚାରରେ ଅଗ୍ରଣୀ ରହିଥିଲା।ଏହାକୁ ଆଧାର କରି ସୋନିଆ କହିଛନ୍ତି, “ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନୀ ରାଜନୀତିରେ ଫେସବୁକ ଓ ଅନ୍ୟ ସୋଶାଲ ମିଡିଆ କମ୍ପାନୀର ଏପରି ବ୍ୟବସ୍ଥିତ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ।

ତେଣୁ ଏହା ଉପରେ ତୁରନ୍ତ ରୋକ ଲଗାଇବା ପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି। ଆମକୁ ଗଣତନ୍ତ୍ର ଓ ସାମାଜିକ ସଦଭାବର ସୁରକ୍ଷା କରିବାକୁ ପଡ଼ିବ। କ୍ଷମତାରେ ଯିଏ ବି ଥାଆନ୍ତୁ, ସମସ୍ତେ ଗଣତନ୍ତ୍ର ସୁରକ୍ଷା କରିବା ଦରକାର। ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ଉଯୁକ୍ତ ସୁରକ୍ଷା ପାଇଁ ନିର୍ବାଚନୀ ରାଜନୀତିରେ ସୋଶାଲ ମିଡିଆର ହସ୍ତକ୍ଷେପ ଆଦୌ ଠିକ୍‌ ନୁହେଁ। ଏପରି ଆଚରଣ ଗଣତନ୍ତ୍ରକୁ କ୍ଷତି କରିବ। ଗଣତନ୍ତ୍ର ସବୁବେଳେ ରାଜନୀତି ଦଳ ଓ ରାଜନୀତିରୁ ଉପରେ। ତେଣୁ ସମସ୍ତଙ୍କୁ ଏହାର ସୁରକ୍ଷା କରିବାକୁ ପଡ଼ିବ।”ସବୁ ରାଜନୀତିକ ଦଳକୁ ସମାନ ଭାବେ ସୁଯୋଗ ସୋଶାଲ ମିଡିଆ କମ୍ପାନୀଗୁଡ଼ିକ ଦେଉ ନଥିବା ବାରମ୍ବାର ସର୍ବସମ୍ମୁଖରେ ରିପୋର୍ଟ ପ୍ରକାଶ ପାଉଛି। ଶାସକ ଦଳର କଥାରେ ଫେସବୁକ ଆମ ସାମାଜିକ ସଦଭାବକୁ ବିପଦଜନକ ଭାବେ କ୍ଷୁଣ୍ଣ କରୁଛି। ତେଣୁ ଆମକୁ ଏହାର ସୁରକ୍ଷା କରିବାକୁ ପଡ଼ିବ ବୋଲି ସୋନିଆ କହିଛନ୍ତି।

Leave A Reply

Your email address will not be published.