ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁସ୍ଥ ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । କିଛି ଦିନ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ସୋନିଆ। କରୋନା ଜନିତ ସମସ୍ଯା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ବର୍ତ୍ତମା ସେ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କୁ ଘରେ ବିଶ୍ରାମ ନେବା ପାଇଁ ପରାମର୍ଶ ଦିଆଯାଇଛି । ସୋନିଆ ଗାନ୍ଧୀ ସୁସ୍ଥ ହେବା ଖବର ଜୟରାମ ରମେଶ ଟ୍ବିଟ କରି ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ତାଙ୍କୁ ଜୁନ ୨୩ରେ ହାଜର ହେବାକୁ କହିଛି । ତେବେ ସେ ଇଡି ନିକଟକୁ ଯିବେ କି ନାହିଁ ତାହା ସ୍ପଷ୍ଟ ନାହିଁ । ଏବେ ଇଡି ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ମାରାଥନ ଜେରା କରିବାରେ ଲାଗିଛି। ଗତ ସପ୍ତାହରେ ତିନି ଦିନ ପଚରା ଉଚୁରା ପରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୁଣି ଥରେ ପଚରାଉଚୁରା କରିଛି । ମଙ୍ଗଳବାର ପୁଣି ଥରେ ପଚରାଉଚୁରା ପାଇଁ କାର୍ଯ୍ଯାଳୟରେ ହାଜର ହେବାକୁ କହିଛନ୍ତି ଅଧିକାରୀ । ଲମ୍ବା ପଚରାଉଚୁରା ପରେ ବି ରାହୁଲଙ୍କୁ ଆଶ୍ୱସ୍ତି ମିଳୁ ନ ଥିବା ବେଳେ ପୁଣି ମଙ୍ଗଳବାର ଆସିବାକୁ କହିଛନ୍ତି ଇଡି ଅଧିକାରୀ ।

Leave A Reply

Your email address will not be published.