bitcoin
Bitcoin (BTC) 2,353,779.32 2.37%
ethereum
Ethereum (ETH) 158,492.37 2.68%
tether
Tether (USDT) 77.90 0.04%
bnb
BNB (BNB) 24,946.31 1.97%
usd-coin
USD Coin (USDC) 77.97 0.01%
xrp
XRP (XRP) 33.05 2.34%
binance-usd
Binance USD (BUSD) 77.97 0.07%
cardano
Cardano (ADA) 42.25 2.53%
solana
Solana (SOL) 4,083.92 3.89%
dogecoin
Dogecoin (DOGE) 6.72 1.06%

ଜଳୁଛି ସୋନପୁର, ୪୪.୫ ଡ଼ିଗ୍ରୀ ସହ ପାଲଟିଛି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ଯରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜି ସୋନପୁର ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି। ସୋନପୁରରେ ଦିନ ସମୟରେ ସର୍ବୋଚ୍ଚ ତାପମାତ୍ରା ୪୪.୫ ଡ଼ିଗ୍ରୀ ରେକର୍ଡ ହୋଇଛି । ଏଥି ସହିତ ସୋନପୁରରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।


ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଥିବା ବେଳେ ସୋନପୁରରେ ଅଗ୍ନିବର୍ଷା ହେବାରେ ଲାଗିଛି। ତାତିରେ ସମଗ୍ର ଦେଶରେ ରେକର୍ଡ କରିଥିବା ସୋନପୁର କ୍ରମାଗତ ଦ୍ଵିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଅସହ୍ୟ ଗ୍ରୀଷ୍ମ ତାତିରେ ସୋନପୁରବାସୀ ଅସ୍ତବ୍ୟସ୍ତ ହୋଇ ପଡିଲେଣି। ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁର ରେକର୍ଡ କରିଛି। ଗତକାଲି ସୋନପୁରର ପାରଦ ୪୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ବୁଧବାର ତାପମାତ୍ରା ଆଉ ଗୋଟିଏ ଡିଗ୍ରୀ ବୃଦ୍ଧି ଘଟି ୪୪.୫ ସେଲସିୟସ ରହିଛି।


ଏଥି ସହିତ ଆଜି ରାଜ୍ୟର ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ରେକର୍ଡ ହୋଇଛି । ସେହିପରି ୧୯ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗିରରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବେଳେ ଏହା ପଛକୁ ଝାରସୁଗୁଡ଼ା ୪୩, ବୌଦ୍ଧ୪୩, ସୁନ୍ଦରଗଡ଼ ୪୩, ଟିଟିଲାଗଡ଼ ୪୩ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ଅନୁଗୁଳ ୪୨.୧, ବାରିପଦା ୪୦.୪, କେଉଁଝର ୪୦.୬,ସମ୍ବଲପୁର ୪୨.୪, ହିରାକୁଦ ୪୧, ଭବାନିପାଟଣା ୪୧.୫,କୋରାପୁଟ ୪୧.୫,ତାଳଚେର ୪୧.୪, ଭଦ୍ରକ ୪୦.୫, ବରଗଡ଼ ୪୦.୬, ନୂଆପଡ଼ା ୪୧.୫, ନୟାଗଡ଼ ୪୦, ପାରଳାଖେମୁଣ୍ଡି ୪୦.୮, ମାଲକାନଗିରି ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।


ଅନ୍ୟପଟେ ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ଝଡ଼ବର୍ଷା, ବଜ୍ରପାତ ହେବାର ବ୍ୟାପକ ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୧ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ୧୩ଟି ବଜ୍ରପାତ, ବର୍ଷା ଓ ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ୨୪ ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ଅନୁଗୋଳ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a comment