ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଅକୁ ପିଟିପିଟି ମାରିଦେଲେ ବାପା- ମାଆ, ଅଭିଯୋଗ ଆଣିଲେ ମାମୁଁଘର

ପାରାଦୀପ: ଜଗତସିଂହପୁର ପାରାଦୀପ ତ୍ରିଲୋଚନପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରଜ ପାଇଁ ଗାଁ ଉତ୍ସବମୁଖର ଥିବାବେଳେ ସ୍କୁଲ ପଛପଟୁ ନାବାଳକର ମୃତଦେହ ମିଳିଛି। ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛଇ ପୁଲିସ । ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୁଲିସ । ୧୫ ବର୍ଷୀୟ ପୁଅର ମୃତଦେହ ମିଳିବା ପରେ ବାପା ଓ ସାବତ ମା’ଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାମୁଁଘର । ଅଭିଯୋଗ ଆଧାରରେ ନାବାଳକ ପୁଅର ବାପା ଓ ସାବତ ମାଆକୁ ପଚରାଉଚୁରା କରୁଛି ପୁଲିସ । ହେଲେ ମୃତକଙ୍କ ବାପା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ରାହୁଲଙ୍କ ମା’ ଦୀର୍ଘ ୧୦ ବର୍ଷ ତଳେ ଆଖି ବୁଜି ଦେଇଥିଲେ। ସେତେବେଳେ ପତ୍ନୀ ହତ୍ୟା ମାମଲାରେ ଜେଲ୍‌ ଯାଇଥିଲେ ମକର ବେହେରା । ଜେଲ୍‌ରୁ ଫେରି ସେ କୁନି ବେହେରାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହାପରେ ବାପା ଓ ସାବତ ମା’ ମିଶି ରାହୁଲଙ୍କୁ ବହୁତ ହଇରାଣ କରୁଥିଲେ। ଏଥିରେ ଅତିଷ୍ଠ ରାହୁଲ ବିଭିନ୍ନ ସମୟରେ ଛୋଟ ଛୋଟ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ। ଗତକାଲି ରଜ ଥିବା ବେଳେ ନିଜ ଟଙ୍କାରେ ଡ୍ରେସ କିଣି ଆଣି ପିନ୍ଧିଥିଲେ ରାହୁଲ । କିନ୍ତୁ ଏହା ଦେଖି ତାଙ୍କ ବାପା ଓ ସାବତ ମା’ ତାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏପରିକି ସେମାନ ପୁଅକୁ ପିଟାପିଟି କରିଥିବା କହିଛନ୍ତି ସାହି ପଡ଼ିଶା ଲୋକେ। ଏହାପରେ ଆଜି ସକାଳେ ପୁଅର ମୃତଦେହ ଗାଁ ସ୍କୁଲ୍ ପଛପଟ ବାଡ଼ିରେ ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.