ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘରୋଇ ବଚସାକୁ ନେଇ ବାପାକୁ ଗୁଳି କରି ହତ୍ୟା କଲା ପୁଅ : ବନ୍ଧୁକ ଜବତ, ଅଭିଯୁକ୍ତ ଫେରାର୍

ଉଦଳା : ଘରୋଇ ବଚସାକୁ ନେଇ ଗୁଳି କରି ବାପାକୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କାଶୀକୁଣ୍ଡଳ ଗାଁରେ। ଘରୋଇ ବଚସାକୁ ନେଇ ବାପା ଟିଲୁ ନାଏକଙ୍କୁ ଗୁଳି କରି ହତ୍ୟା କରିଛି ପୁଅ କୈଳାଶ ନାଏକ ।ତେବେ ହତ୍ୟା ପରେ ଅଭିଯୁକ୍ ପୁଅ କୈଳାସ ନାଏକ ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କୈଳାଶ ମଦ ପିଇ ଘରକୁ ଫେରିଥିଲେ। କୌଣସି କଥାକୁ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଟିଲୁ ଉତକ୍ଷିପ୍ତ ହୋଇ ଶିକାର ପାଇଁ ଘରେ ରଖିଥିବା ଦେଶୀ ବନ୍ଧୁକ ଆଣିନିଜ ବାପାକୁ ଗୁଳି ହତ୍ୟା କରିଥିଲା। ଘଟଣାସ୍ଥଳରେ ଟିଲୁଙ୍କର ମୃତ୍ୟୁ ଘଟିଥିଲା। ବାପାକୁ ହତ୍ୟା କରିବା କୈଳାଶ ଫେରାର ହୋଇଯାଇଥିଲା। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି  ବନ୍ଧୁକ ଜବତ କରିଥିବା ବେଳେ ଅଭିଯୁକ୍ତ ପୁଅ କୈଳାସ ନାଏକ ଫେରାର ହୋଇଯାଇଛି। ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା ଚଳାଇଛି।

Leave A Reply

Your email address will not be published.