ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ: ମା‘କୁ ପିଟି ପିଟି ହତ୍ୟା କଲା ପିଶାଚ ପୁଅ

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି ।  ମୃତକ ଜଣଙ୍କ ହେଲେ  ଅବସରପ୍ରାପ୍ତ ଏଏନଏମ ବୀଣା ପାଣି ଦାଶ ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ, ବାଗଡିଆ ପୋଷ୍ଟଅଫିସ ନିକଟସ୍ଥ ଦେହୁରୀସାହିରେ ବୀଣାପାଣି ଦାଶ ତାଙ୍କ ପରିବାରଙ୍କ ସହ ରହି ଆସୁଥିଲେ । ସ୍ବାମୀଙ୍କ ମୃତ୍ୟୁପରେ ସାନପୁଅ ତୁଷାରକାନ୍ତ ଦେହୁରୀ ସହିତ ରହୁଥିବା ବେଳେ ଟଙ୍କା ପାଇଁ ମା ବୀଣାପାଣିଙ୍କୁ ପୁଅ ତୁଷାର କାନ୍ତ ଦେହୁରୀ ଅନେକ ସମୟରେ ଅଶ୍ଳୀଳ ଗାଳିଗୁଲଜ କରିବା ସହିତ ନିସ୍ତୁକ ମାରପିଟ କରି ମା‘ଙ୍କ ଠାରୁ ଟଙ୍କା ନେଇଥାନ୍ତି l କିନ୍ତୁ ଗତ କାଲି ମଧ୍ୟ ତୁଷାର ମା‘ଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ତାଙ୍କ ମା ବୀଣାପାଣି ଟଙ୍କା ନଦେବାରୁ ଘରେ କବାଟ ଦେଇ ମାକୁ ମାଡ ମାରିଥିଲେ । ତେବେ ପଡିଶାଲୋକ ଏସବୁ ଜାଣିଥିଲେ ମଧ୍ୟ ତୁଷାରଙ୍କ ଭୟରେ କେହି ବାରଣ କରିବାକୁ ଯାଇ ନଥିଲେ । ସକାଳେ ଘରୁ କେହି ବାହାରକୁ ବାହାରି ନଥିବା ବେଳେ ଘର ମୁଖ୍ୟ କବାଟରେ ତାଲା ପଡିଥିବା ଦେଖି ପଡିଶା ଲୋକ ମାନେ ସନ୍ଦେହରେ କବାଟ ଫାଙ୍କରେ ଦେଖିଥିଲେ । ବୀଣାଙ୍କ ମୃତ ଦେହ ଦୁଆର ଅଗଣାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ମାନେ ପୂଲିସକୁ ଖବର ଦେଇ ଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ ଚଳାଇଛି । ଟଙ୍କା ପାଇଁ ପୁଅ ତୁଷାରକାନ୍ତ ଦେହୁରୀ ରବିବାର ବିଳମ୍ବିତ ରାତିରେ ନିସ୍ତୁକ ମାଡ ମାରି ମାରି ଦେଇଥିବା ବେଳେ ମାର ମୃତ୍ୟୁପରେ ପୁଅ ଘରର ମୁଖ୍ୟକବାଟରେ ତାଲା ପକାଇ ଫେରାର ହୋଇ ଯାଉଥିଲା । କୌଣସି ମତେ ସୂଚନା ପାଇ ପୁଲିସ ତାକୁ ଦେବଗଡ ଛକରୁ କାବୁ କରିଛି । ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଥିବା ବେଳେ ଅଟକ ତୁଷାରକୁ ମଧ୍ୟ ପଚରାଉଚୁରା କରୁଛି ।

 

Leave A Reply

Your email address will not be published.