ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହସ୍ପିଟାଲ୍ ପରିସରରେ ମା’ ସାମ୍ନାରେ ପୁଅକୁ ଵିଭତ୍ସ୍ୟଭାବେ ହତ୍ୟା କଲେ ୨ ଦୁର୍ବୃତ୍ତ

ବଲାଙ୍ଗିର: ମା’ ସାମ୍ନାରେ ପୁଅକୁ ହତ୍ୟା । ପୁଅକୁ ହାଣୁଥିବା ଦେଖି ଅଟକାଇବାରୁ ମା’ କୁ ମଧ୍ୟ ଆକ୍ରମଣ କଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଵିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ। ସୂଚନା ଅନୁସାରେ ଆଜି ସକାଳୁ ମା’ ପୁଅ ଡାକ୍ତରଖାନା ପରିସରକୁ ନିଜେ କରିଥିବା ଇଟିଲି ଦୋକାନ ଖୋଲିବାକୁ ଆସୁଥିବା ବେଳେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।

ମୃତକ ହେଲେ ଅଜୁ ଦୋରା । ତେବେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ହତ୍ୟା କରି ଫେରାର ହୋଇଯାଇଛନ୍ତି । ବ୍ୟବସାୟୀକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.