ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡାହାଣୀ ସନ୍ଦେହରେ ଜନ୍ମକଲା ମା’ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ

ମୟୂରଭଞ୍ଜ: ଡାହାଣୀ ସନ୍ଦେହର ମା’କୁ ମାରିଲା ପୁଅ । ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା, ଆଜି ତାକୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଟାଶିଳା ଗ୍ରାମରୁ । ମୃତ ମହିଳାଙ୍କ ନାମ କାର୍ମି ମୁର୍ମୁ(୬୦ବର୍ଷ ) ବୋଲି ଜଣାପଡିଛି । ମା’କୁ ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଗଜେନ୍ଦ୍ର ମୁର୍ମୁ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୁଅ ଗଜେନ୍ଦ୍ର ଡାହାଣୀ ସନ୍ଦେହରେ ନିଜ ମା’କୁ ଗାଳିଗୁଲଜ କରିଥିଲେ। ପରେ ଏହି ଝଗଡ଼ା ଏତେ ଉଗ୍ରରୂପ ନେଇଥିଲା ଯେ, ଗଜେନ୍ଦ୍ର ରାଗି ଯାଇ ପ୍ରଥମେ ନିଜ ମା’ଙ୍କୁ ପିଟିଥିଲେ। ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ମା’କୁ ହତ୍ୟା କରିବା ପରେ ଗଜେନ୍ଦ୍ର ପୁଲିସ ନିକଟରେ ଆତ୍ମସର୍ମପଣ କରିଥିଲେ।

ଖବର ପାଇ ସଦର ଏସଡିପିଓ ପ୍ରକାଶ ଜେମ୍ସ ଥୋପ, ଥାନା ଅଧିକାରୀ କମଳାକାନ୍ତ ଦାସଙ୍କ ସହିତ ସାଇଣ୍ଟିଫିକଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.