ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଚାଞ୍ଚଲ୍ୟ : ମା’କୁ ମାରି ପୋଡି ଦେଲା ପୁଅ

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ମା’କୁ ମାରି ପୋଡି ଦେଲା ପୁଅ। ଏପରି ଏକ ଘଟଣା ଘଟିଛି ଭୁବନେଶ୍ବର ବଡ଼ଗଡ଼ ଥାନା କଳିଙ୍ଗବସ୍ତିରେ । ଏହି କଳିଙ୍ଗବସ୍ତିରେ ରହୁଥିବା ପ୍ରଶାନ୍ତ ଜେନା ନିଜ ମା କୁ ମାରି ପୋଡି ଦେଇଥିବା ଜଣାପଡିଛି। ଖବର ପାଇଁ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦରପୋଡା ଅବସ୍ଥାରେ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତ ଜେନାକୁ ମଧ୍ୟ ଅଟକ ରଖିଛି।

ତେବେ ପୁଲିସର ପ୍ରାଥମିକ ତଦନ୍ତ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ପୁଅ ନିଶା ଖାଇବାକୁ ମାକୁ ଟଙ୍କା ମାଗିଥିଲା। ମା ଟଙ୍କା ଦେବାରୁ ମାକୁ ଏକ ଭଙ୍ଗା ରେଡ଼ିଓରେ ବାଡେଇ ପ୍ରଥମେ ଅଧମାରା କରି ପରେ ଘର ଭିତରେ ପୋଡି ମାରି ଦେଇଥିଲେ। ଅଭିଯୁକ୍ତ ପୁଅର ନାଁ ପ୍ରଶାନ୍ତ ଜେନା ବୟସ ୩୪ ହେବ ବୋଲି କୁହାଯାଉଛି। ସେପଟେ ମା ର ମୃତ ଦେହକୁ ପୁଲିସ ଜବତ କରି ପୋଷ୍ଟ ମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଛି।

Leave A Reply

Your email address will not be published.