ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦ ପିଇବା ପାଇଁ ପଇସା ନଦେବାରୁ ବାପାକୁ ପିଟିପିଟି ମାରିଦେଲା ନାବାଳକ ପୁଅ

ତୁରୁମୁଙ୍ଗା/କେନ୍ଦୁଝର : ମଦ ପିଇବାକୁ ପଇସା ନଦେବାରୁ ଜଣେ ନାବାଳକ ତାର ବାପାକୁ ପିଟିପିଟି ମାରିଦେବେ ଘଟଣା ଜିଲ୍ଲାରେ ଛାଞ୍ଚଲ୍ୟ ଖେଳାଇ ଦେଇଛି। ପୁଅର ମାଡ଼ରେ ବାପାର ମୃତ୍ୟୁ ପରି ଏକ ଅଭାବନିୟ ଘଟଣା ଘଟିଯାଇଛି ।କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଙ୍ଗିକଳା ବେଣ୍ଟକାର ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସାହିର ସୀତାରାମ ବେଣ୍ଟକାର ଙ୍କର ନିଜ ନାବାଳକ ପୁଅର ମାଡ଼ରେ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ନାବାଳକ ପୁଅ ଗୁରୁବାର ସନ୍ଧ୍ୟାରେ ମଦ ପିଇବାକୁ ବାପା ସିତାରାମ ବେଣ୍ଟକାରଙ୍କୁ ଟଙ୍କା ମାଗିଥିଲା । ସୀତାରାମ ଟଙ୍କା ଦେବାକୁ ମନାକରିବାରୁ ନାବାଳକ ପୁଅ ଗାଳି ଗୁଳଜ କରି ପଳାଇ ଯାଇଥିଲା ।ପରବର୍ତ୍ତୀ ମୁହୂର୍ତ୍ତରେ ମଦ ପିଇ ଆସି ମଦ ନିଶାରେ ଏକ ଲୁହା ପାଇପରେ ବାପା ସୀତାରାମର ମୁଣ୍ଡ କୁ ପିଟି ପିଟି ହତ୍ୟା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.