ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜ୍ୱାଇଁର ବର୍ବର କାଣ୍ଡ: ଶ୍ବଶୁର, ଶାଶୁ ଓ ଶାଳୀଙ୍କୁ ହାଣିଲା ଜ୍ୱାଇଁ, ଘଟଣା ସ୍ଥଳରେ ଶ୍ବଶୁର ମୃତ

ଜଳେଶ୍ୱର: ଜ୍ୱାଇଁର ବର୍ବର କାଣ୍ଡ। ରାକ୍ଷୀପୂର୍ଣ୍ଣିମାକୁ କେନ୍ଦ୍ରକରି ଶ୍ବଶୁର, ଶାଶୁ ଓ ଶାଳୀଙ୍କୁ ହାଣିଲା ଜ୍ୱାଇଁ। ଘଟଣା ସ୍ଥଳରେ ଶ୍ବଶୁରର ମୃତ୍ଯୁ ଘଟିଛି। ଶାଶୁ ଓ ଶାଳୀ ଆହତ ହୋଇଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ସ୍ତ୍ରୀ ବାପାଙ୍କ ଘରକୁ ଆସି ଫେରି ନ ଥିବାରୁ ଏଭଳି କାଣ୍ଡ ଘଟାଇଥିଲା ଜ୍ୱାଇଁ। କାମର୍ଦା ଥାନା କୁସୁଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଶ୍ବଶୁର ହେଉଛନ୍ତି ଶୁଶାନ୍ତ ମହୁରୀ। ଅଭିଯୁକ୍ତ ଜ୍ୱାଇଁକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସକୁ ଜିମା ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.