ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦ୍ଯପ ବାପାର ନୃଶଂସ କାଣ୍ଡ: ବାପାର କଟୁରି ଚୋଟରେ ପୁଅର ମୃତ୍ଯୁ

ଦେବଗଡ଼: ଦେବଗଡ ଜିଲ୍ଲା ଗୁଣ୍ଡୁରିପୋଷି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ମୃତକ ହେଲେ ଗୋଲବଦନ ପାତ୍ର । ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁଯାୟୀ, ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଥିବା ବାପା ମୁଚି ତାଙ୍କର ପୁଅ ଗୋଲବଦନକୁ ଏକ କଟୁରି ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ କଟୁରି ଚୋଟରେ ଗୋଲବଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଥାନା ପୁଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ଶବ ଓ ରକ୍ତ ଭିଜା କଟୁରି ଜବତ କରିବା ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ବାପା ମୁଚିକୁ ପୁଲିସ ଅଟକ ରଖି ପଚାରାଉଚୁରା ଜାରି ରଖିଛି ।

Leave A Reply

Your email address will not be published.