ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାପାକୁ ପିଟିପିଟି ହତ୍ୟା କଲା ପୁଅ

ଭେଡେନ: ବରଗଡ଼ ଜିଲ୍ଳା ଭେଡେନ ବ୍ଳକ ଅନ୍ତର୍ଗତ ତେନ୍ତୁଲିଟିକ୍ରା ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବାପାକୁ ପିଟିପିଟି ହତ୍ୟା କରିଛି ପୁଅ। ମୃତକ ହେଲେ ୬୫ ବର୍ଷିୟା ମଙ୍ଗଳ ସେଠ। ସେ ତାଙ୍କ ଚାରି ପୁଅ ସହ ରହୁଥିଲେ । ତାଙ୍କ ତୃତୀୟ ପୁଅ ଶିବ ସହ ଦୁଇ ଦିନ ତଲେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଶିବ ତାର ବାପା ମଙ୍ଗଳକୁ ପ୍ରବଳ ଭାବେ ମାଡ ମାରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଦୁଇ ବାପପୁଅ ଏକାଠି ରହିଥିଲେ। ରବିବାର ସକାଳୁ ମଙ୍ଗଳର ମୃତ ଦେହ ଘରେ ପଡିଥିବା ଦେଖାଯାଇଥିଲା ।

ଖବର ପାଇ ଭେଡେନ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ହତ୍ୟା କରିଥିବା ପୁଅ ଶିବ ସେଠକୁ ଗିରଫ କରିଛି ପୁଲିସ ।

Leave A Reply

Your email address will not be published.