ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୃଷ୍ଟିହୀନ ବାପାଙ୍କ ହାତ ଭାଙ୍ଗିଦେଲେ ପୁଅବୋହୂ, ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

ବଡ଼ରଘୁନାଥପୁର/ ଯାଁଳା: ଇନ୍‍ଫୋଭ୍ୟାଲି ଥାନା ଅନ୍ତର୍ଗତ ମଦନପୁର ପଞ୍ଚାୟତ ଦେଉଳିଆପାଟଣା ଗ୍ରାମର ଜଣେ ଦୃଷ୍ଟିହୀନ ବାପକୁ ତାଙ୍କ ପୁଅ ଓ ବୋହୂ ଆକ୍ରମଣ କରିଥିବା ଜଣାପଡ଼ିଛି। ଏନେଇ ଥାନାକୁ ବାରମ୍ବାର ଦୌଡ଼ିବା ପରେ ଗୁରୁବାର ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମଦନପୁର ପଞ୍ଚାୟତ ଦେଉଳିଆପାଟଣା ଗ୍ରାମର ଲକ୍ଷ୍ମଣ ସାହୁ (୮୦) ଓ ତାଙ୍କ ସ୍ତ୍ରୀ ତଅପୋଇ(୭୦) ତାଙ୍କ ପୁଅବୋହୂଙ୍କ ପାଖରେ ରହୁଥିଲେ। ବୟସ ଅନୁସାରେ ଲକ୍ଷ୍ମଣଙ୍କ ଆଖିକୁ ଆଉ ଦେଖାଯାଉ ନ ଥିବାବେଳେ ତଅପୋଇ କିଡ୍‍ନୀଜନିତ ରୋଗରେ ଆକ୍ରାନ୍ତ। ଗୋଟେପଟେ ଏହି ଦମ୍ପତିଙ୍କୁ ରୋଗ ଦାଉ ସାଧୁଥିବାବେଳେ ଅନ୍ୟପଟେ ପୁଅ ଗଣେଶ (୩୦), ବୋହୂ ବନିତା (୨୮) ମିଶି ବୃଦ୍ଧ ପିତାମାତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏମିତି କି ଗତ ୬ ବର୍ଷ ହେବ ଲକ୍ଷ୍ମଣ ରୋଜଗାର ହରାଇବା ପରେ ଆଉ ଖାଇବାକୁ ଦେଉନାହାନ୍ତି ପୁଅବୋହୂ। ଏହା ପରେ ଆରମ୍ଭ ହୋଇଥିଲା ଅକଥନୀୟ ନିର୍ଯାତନା। କାମ ନ କଲେ ଅନେକ ସମୟରେ ମାଡ଼ ମଧ୍ୟ ଦେଉଥିଲେ ପୁଅବୋହୂ।

ଗତ ୨୬ ତାରିଖ ଦିନ ଗଣେଶ ଓ ବନିତା ବୃଦ୍ଧ ବାପକୁ କାମ ନ କରିବାରୁ ନିସ୍ତୁକ ପିଟିଥିଲେ। ସେପଟେ ପୁଅବୋହୂଙ୍କ ନିର୍ଯାତନା ସହି ନ ପାରି ଗତ ୬ ବର୍ଷ ହେବ ମାଆ ତଅପୋଇ ଝିଅ ଘରେ ରହୁଛନ୍ତି। ବାପକୁ ମାଡ଼ ଘଟଣା ଗାଁରେ ପ୍ରଚାର ହେବା ପରେ କିଛି ଲୋକ ତାଙ୍କ ଝିଅକୁ ଖବର ଦେଇଥିଲେ। ସ୍ତ୍ରୀ ତଅପୋଇ ଓ ଦୁଇ ଝିଅ ଆସି ଦେଖିବା ବେଳକୁ ଲକ୍ଷ୍ମଣଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ପିଠି, ପେଟ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପାରିବାରିକ କଳହକୁ ନେଇ ଯାଁଳା ଫାଣ୍ଡିରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.