ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମି ପାଇଁ ମାଆକୁ ଅସହ୍ୟ ନିର୍ଯାତନା: ଇଟା ଲଦିଦେଲେ ପୁଅ-ବୋହୂ

ଦଶରଥପୁର: ଜମିଜମାକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ଦତ୍ତପୁର ଗାଁରେ ପୁଅ-ବୋହୂ ମିଶି ମାଆ ଉପରେ ଶତାଧିକ ଇଟା ଲଦି ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗ୍ରାମର ତୌଲି ବେହେରାଙ୍କ ମୃତ୍ୟୁପରେ ପତ୍ନୀ ମଖି ବଡ଼ ପୁଅ ପାଖରେ ମୁଣ୍ଡ ଗୁଞ୍ଜିଥିବା ବେଳେ ଶନିବାର ମଝିଆଁ ପୁଅ ରଘୁନାଥ ଏବଂ ବୋହୂ ମଧୁସ୍ମିତା ମଖିଙ୍କ ନିକଟରେ କିଛି ଜମି ଦାବି କରିଥିଲେ। ମାତ୍ର ଏହି ଦାବିକୁ ମଖି ଅଗ୍ରାହ୍ୟ କରିବାରୁ ପୁଅ ବୋହୂ ମିଳିମିଶି ମାଆ ମଖିକୁ ଗାଳି ଗୁଲଜ କରି ମାଡ଼ ମାରିବା ସହିତ ଘର ନିର୍ମାଣ ପାଇଁ ଥିବା ଶତାଧିକ ଇଟାକୁ ମଖିଙ୍କ ଉପରେ ଲଦି ଚାଲିଥିଲେ। ଯନ୍ତ୍ରଣାରେ ଛଟ ପଟ ହୋଇ ମଖି ଚିତ୍କାର କରୁଥିଲେ ମଧ୍ୟ ପୁଅ ବୋହୂ ଏହା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ସାନ ବୋହୂ ଓ କିଛି ପଡୋଶୀ ଘଟଣାର ହସ୍ତକ୍ଷେପ ପରେ ମଖିଙ୍କୁ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇବା ସହିତ ଏ ସମ୍ପର୍କରେ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଖିଙ୍କ ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଏକ ମାଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି।

 

Leave A Reply

Your email address will not be published.