ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଆସନ୍ତାକାଲି ଠାରୁ ପରିବର୍ତ୍ତନ ହେଉଥିବା କିଛି ଗୁରୁତ୍ବପୂର୍ଣ୍ଣ ନିୟମ….

ନୂଆଦିଲ୍ଲୀ : ୧ ମାର୍ଚ୍ଚ ୨୦୨୧ ରୁ ଆପଣଙ୍କ ବ୍ୟାଙ୍କ ଓ ଟଙ୍କା ସହିତ ଜଡିତ ଅନେକ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି । ତେଣୁ ଆପଣ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ନିଶ୍ଚୟ ଜାଣିନିଅନ୍ତୁ । ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ଠାରୁ ବ୍ୟାଙ୍କର ଆଇଏଫ୍‌ସି କୋଡ୍ ପର୍ଯ୍ୟନ୍ତ ଅନେକ କିଛି ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ ହେବ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଆସନ୍ତୁ ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ…

  • ବ୍ୟାଙ୍କ ଅଫ୍ ବରୋଦାରେ ଏହି ପରିବର୍ତ୍ତନ ହେବାକୁ ଯାଉଛି

ବ୍ୟାଙ୍କ ଅଫ୍ ବରୋଦା ରେ ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପରେ ଉଭୟ ବ୍ୟାଙ୍କର ଆଇଏଫ୍‌ସି(IFSC) କୋଡ୍  ୧ ମାର୍ଚ୍ଚ ୨୦୨୧ ରେ ପରିବର୍ତ୍ତନ ହେବ । ଫଳରେ ଆପଣ ପୁରୁଣା ଆଇଏଫ୍‌ସି(IFSC) କୋଡ୍ ସହିତ କାରବାର କରିବାକୁ ସମର୍ଥ ହେବେ ନାହିଁ । ବ୍ୟାଙ୍କ ଅଫ୍ ବରୋଦା ଏହା ମଧ୍ୟ କହିଛି ଯେ ଗ୍ରାହକମାନେ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ନୂତନ ଆଇଏଫ୍‌ସି(IFSC)  କୋଡ୍ ସହିତ ଚେକ୍ ବୁକ୍ ପାଇପାରିବେ । ବିଜୟ ବ୍ୟାଙ୍କ ଓ ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ୍ ବରୋଦା ସହିତ ମିଶ୍ରଣ ୧ ଏପ୍ରିଲ ୨୦୧୯ ରୁ ଲାଗୁ ହେଲା । ଏହା ପରେ ଦେନା ବ୍ୟାଙ୍କ ଓ ବିଜୟ ବ୍ୟାଙ୍କର ଗ୍ରାହକମାନେ ବ୍ୟାଙ୍କ ଅଫ୍ ବରୋଦାର ଗ୍ରାହକ ହୋଇଥିଲେ ।

  •  ମିଶ୍ରଣ ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓୠଝଉ କୋଡ୍ ମଧ୍ୟ ପରିବର୍ତ୍ତନ କରିବ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ମଧ୍ୟ ଆଇଏଫ୍‌ସି(IFSC)  ସହ ଜଡିତ ନିୟମରେ ପରିବର୍ତ୍ତନ କରୁଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ସହଯୋଗୀ ବ୍ୟାଙ୍କ ଓରିଏଣ୍ଟାଲ ବ୍ୟାଙ୍କ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୁଣା ଚେକବୁକ୍ ଓ ଆଇଏଫ୍‌ସି(IFSC)  କିମ୍ବା MICR କୋଡ୍ ପରିବର୍ତ୍ତନ କରିବାକୁ ଯାଉଛି । ଯଦିଓ ପୁରୁଣା ଚେକବୁକ୍ ଓ ଆଇଏଫ୍‌ସି(IFSC)  କିମ୍ବା MICR କୋଡ୍ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବ କିନ୍ତୁ ବ୍ୟାଙ୍କ ଗ୍ରାହକଙ୍କୁ ନୂତନ କୋଡ୍ ପାଇବାକୁ କହିଛି ଅନ୍ୟଥା ପରେ କିଛି ସମସ୍ୟା ହୋଇପାରେ ।

  •  ମାର୍ଚ୍ଚ ୧ ରୁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ

ହୋଲି ପୂର୍ବରୁ ମାର୍ଚ୍ଚ ୧ ତାରିଖରୁ ଅନେକ ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ଭାରତୀୟ ରେଳ ଘୋଷଣା କରିଛି । ଉତ୍ତର ପ୍ରଦେଶ ଏବଂ ବିହାରର ଯାତ୍ରୀମାନେ ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳରୁ ସର୍ବାଧିକ ସୁବିଧା ପାଇବେ । ଏହା ବ୍ୟତୀତ ୱେଷ୍ଟର୍ନ ରେଳବାଇ ୧୧ ଟି ଯୋଡି ଅର୍ଥାତ୍ ବିଭିନ୍ନ ମାର୍ଗରେ ୨୨ ଟି ନୂତନ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହି ଟ୍ରେନ୍ ଗୁଡିକ ଦିଲ୍ଲୀ, ମଧ୍ୟ ପ୍ରଦେଶ, ମୁମ୍ବାଇ ସମେତ ଅନେକ ରୁଟ୍ ମଧ୍ୟରେ ଚାଲିବ । କିଛି ଟ୍ରେନ୍ ବିର୍ତ୍ତମାନ ଚଳାଚଳ କରିବା ଆରମ୍ଭ କରିଛି । ଏଥି ସହିତ କିଛି ଟ୍ରେନ୍ ୧ ମାର୍ଚ୍ଚ ୨୦୨୧ ରୁ ଚଳାଚଳ ଆରମ୍ଭ କରିବ।

  •  ଗ୍ୟାସ୍ ସିଲିଣ୍ଡର ଦର ପରିବର୍ତ୍ତନ ହେବ

ଯଦି ସରକାରୀ ତୈଳ କମ୍ପାନୀଗୁଡିକ ମାସର ପ୍ରଥମ ତାରିଖରେ ଗ୍ୟାସ ସିଲିଣ୍ଡରର ଦରରେ ସମୀକ୍ଷା କରନ୍ତି । ତେବେ ୧ ମାର୍ଚ୍ଚରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିପାରେ । ଫେବୃଆରୀ ମାସରେ କମ୍ପାନୀଗୁଡିକ ସିଲିଣ୍ଡରର ଦରରେ ତିନିଥରରେ ପ୍ରାୟ ୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ୭୯୪ ଟଙ୍କା ରହିଛି ୧୪.୨ କେଜି ଏଲପିଜି  ଗ୍ୟାସଦର।

  •  ମାର୍ଚ୍ଚରେ ବ୍ୟାଙ୍କଗୁଡିକ ୧୧ ଦିନ ପାଇଁ ବନ୍ଦ ରହିବ

ମାର୍ଚ୍ଚରେ କ୍ରମାଗତ ୧୧ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏଥିମଧ୍ୟରୁ ମାର୍ଚ୍ଚ ୫, ମାର୍ଚ୍ଚ ୧୧, ମାର୍ଚ୍ଚ ୨୨, ମାର୍ଚ୍ଚ ୨୯ ଓ ମାର୍ଚ୍ଚ ୩୦ ରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହା ବ୍ୟତୀତ ୪ଟି ରବିବାର ଓ ଦ୍ୱିତୀୟ ଶନିବାର ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ସମୁଦାୟ ୧୧ ଦିନ ବ୍ୟାଙ୍କରେ କୌଣସି କାମ ହେବ ନାହିଁ ।

Leave A Reply

Your email address will not be published.