ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିବାହର ୨୪ ବର୍ଷ ପରେ ଅଲଗା ହେବେ ସୋହେଲ ଖାନ ଓ ପତ୍ନୀ ସୀମା ଖାନ

ମୁମ୍ବାଇ: ବଲିଉଡ୍ ଅଭିନେତା ପ୍ରଯୋଜକ ସୋହେଲ ଖାନ ଓ ତାଙ୍କ ସ୍ତ୍ରୀ ସୀମା ଖାନ ଖୁବ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି । ଏନେଇ ଉଭୟ କୋର୍ଟରେ ଆବେଦନ ମଧ୍ୟ କରି ସାରିଛନ୍ତି। ଶୁକ୍ରବାର ଦିନ ସୋହେଲ ଓ ସୀମାଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଛି। ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଶୁକ୍ରବାର ଏମାନେ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡପତ୍ର ଆବେଦନ କରିଛନ୍ତି । ଉଭୟ ପରସ୍ପରର ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି । ଅଲଗା ହେବା ପରେ ବି ସେମାନେ ବନ୍ଧୁ ଭାବେ ଆଗାମୀ ଦିନରେ ରହିବେ ବୋଲି ସୂଚନା ମିଳିଛି ।

ସୋହେଲ୍ ଓ ସୀମାଙ୍କର ବିବାହ ୧୯୯୮ରେ ହୋଇଥିଲା । ଏହି ଦମ୍ପତ୍ତିଙ୍କର ୟୋହାନ୍ ଓ ନିର୍ବାଣ ନାମରେ ଦୁଇ ସନ୍ତାନ ରହିଛନ୍ତି । ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ୨୦୧୭ରେ ସୋହେଲ୍ ଓ ସୀମାଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହୋଇଥିଲା । ସେସମୟରେ ଦୁହେଁ ଏସମ୍ପର୍କରେ ଚୁପ୍ ରହିଥିଲେ ।

ଏହା ପୂର୍ବରୁ ସୋହେଲଙ୍କ ବଡ଼ ଭାଇ ଅର୍ବାଜ ଖାନ୍‌ଙ୍କର ମଲାଇକା ଅରୋରାଙ୍କ ସହିତ ଛାଡ଼ପତ୍ର ହୋଇଥିଲା। ଏଥିରେ ଉଭୟ ମଲାଇକା ଓ ଅର୍ବାଜଙ୍କ ସହମତି ରହିଥିଲା। ସୂଚନା ଅନୁସାରେ, ଭଡ଼ ଭାଇ ସଲମାନ ଖାନ୍‌ ଏବେବି ଅବିବାହିତ ରହିଥିବା ବେଲେ ଦୁଇ ଭାଇ ସୋହେଲ ଓ ଅର୍ବାଜ କିନ୍ତୁ ବିବାହ କରିଥିଲେ। ପୂର୍ବରୁ ବଡ଼ବାଇ ଅର୍ବାଜଙ୍କ ଡିଭୋର୍ସ ହୋଇଥିବା ବେଳେ ଏବେ ସୋହେଲ ମଧ୍ୟ ଛାଡ଼ପତ୍ର ଦେଇଛନ୍ତି।

Leave A Reply

Your email address will not be published.