ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ

ଜି. ଉଦୟଗିରି : ଆଜିର ବସ୍ତୁବାଦୀ ଦୁନିଆ ରେ ଜନ୍ମଦିନ ପାଳନ କେବଳ ଆତ୍ମୀୟସ୍ବଜନ ମାନକଂ ମଧ୍ଯରେ କେକ କାଟି ଭୋଜି ଭାତ ର ଆସର ରେ ଜନ୍ମ ଦିନ ପାଳନ କରୁଥିବା ବେଳେ ସମାଜସେବୀ ନିତ୍ଯ ସୁନ୍ଦର ଦାସ ନିଆରା ଢଗଂରେ ଜନ୍ମ ଦିନ ପାଳନ କରି ଅନ୍ୟ ମାନକଂ ପାଇଁ ଉଦାହରଣ ପାଲଟିଛନ୍ତି। ସମାଜସେବୀ ନିତ୍ଯ ସୁନ୍ଦର ଦାସ ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ସେ ପ୍ରତିବର୍ଷ ଜନ୍ମ ଦିନରେ ରକ୍ତଦାନ ଶିବିର ଆୟୋଜନ କରି ଜନ୍ମ ଦିନ ପାଳନ କରି ଆସୁଥିବା ବେଳେ ଚଳିତ ବର୍ଷ କରୋନା ମହାମାରୀ କାରଣ ରୁ ରକ୍ତଦାନ ଶିବିର ଆୟୋଜନ ଉଚିତ ମଣି ନଥିବା ବେଳେ ସହର ର ବିଭିନ୍ନ ସ୍ଥାନ ରେ ନିରିହ ଅସହାୟ ମାନଂକୁ ରାସାନ ସାମଗ୍ରୀ ପ୍ଯାକେଟ ସହିତ ନୂଆଁ ଶାଢୀ ବଣ୍ଟନ କରିଛନ୍ତି। ବଜାରର ନୂଆ ହାଟ ପଦା, ବୁଲୁସୁଗା, ହାତୀବାଲି ଗୌଡସାହୀ ଆଦି ବିଭିନ୍ନ ସାହିରେ ଏହି ବଣ୍ଟନ କାର୍ଯ୍ୟ କରାଯାଇଥିଲା ।

Leave A Reply

Your email address will not be published.