ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାଞ୍ଜେନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ନିଜର ଡ୍ୟାନ୍ସ ଭିଡିଓ ସହିତ ସାରା ବିଶ୍ୱରେ ମାନ୍ୟତା ପାଇଥିବା ତାଞ୍ଜେନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ଉପରେ କିଛି ଅଜ୍ଞାତ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଛନ୍ତି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ କିଲି ନିଜେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି ସେ ଏ ବିଷୟରେ ଜଣାଇଛନ୍ତି । ଅଧିକ ଗୁରୁତର ହୋଇନଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ଅବସ୍ଥା ଠିକ୍ ନାହିଁ।

ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି କିଲି ଲେଖିଛନ୍ତି, ମୋତେ ୫ ଜଣ ଆକ୍ରମଣ କରିଥିଲେ। ଏହି ସମୟରେ, ମୁଁ ନିଜକୁ ରକ୍ଷା କରିବାବେଳେ, ମୋ ହାତର ଆଙ୍ଗୁଠିରେ ଛୁରୀରେ ଆଘାତ ଲାଗିଛି। ଆଘାତ ହେତୁ ମୋର ୫ ଟି ଷ୍ଟିଚ୍ ପଡିଛି। ସେମାନେ ମୋତେ ବାଡ଼ିରେ ପିଟିଲେ। ପରେ ମୁଁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଉପରେ ଆକ୍ରମଣ କଲି ଏବଂ ସେମାନେ ସମସ୍ତେ ପଳାଇଲେ।

ଅନ୍ୟ ଏକ ଷ୍ଟୋରୀରେ ସେ ଲେଖିଛନ୍ତି ଯେ, ‘ଲୋକେ ମୋର ସଫଳତାକୁ ସହି ପାରୁନାହାନ୍ତି। ଏଥିପାଇଁ ମୋତେ ତଳକୁ ଖସାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯିଏ ସଚ୍ଚୋଟ ତା’ର କିଛି ହୁଏନି। ଭଗବାନଙ୍କ ଆଶୀର୍ବାଦ ସର୍ବଦା ମୋ ଉପରେ ରହିଛି । ସେଥିପାଇଁ ମୁଁ ସଫଳତା ପାଉଛି। ମୁଁ ଯେପରି ଖୁବ ଶୀଘ୍ର ଭଲ ହୋଇଯିବି ସେଥିପାଇଁ ମୋ ପାଇଁ ପ୍ରାର୍ଥନା କରନ୍ତୁ।’

Leave A Reply

Your email address will not be published.