ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଷଧର ନାଗକୁ ପାଣି ପିଆଇଲା ବିଷ ହୀନ ସ୍ୟାଣ୍ଡ ବୋଆ

ଭୁବନେଶ୍ବର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗ୍ରାମରେ ଏକ ଅଦ୍ଭୂତପୂର୍ବ ଘଟଣା ଦେଖିବାକୁ ମିଳିଛି । ରାସ୍ତା କଡରେ ୨ ଟି ସାପ ପରସ୍ପରକୁ ଆକ୍ରମଣ କରି ପଡ଼ିଥିଲେ । ଗୋଟିଏ ୪ ଫୁଟ ଲମ୍ବର ନାଗ ସାପ ଅନ୍ୟ ଏକ ଛୋଟ କମନ ସ୍ୟାଣ୍ଡ ବୋଆ ବା ବାଲି ବୋଆ ସାପକୁ କାମୁଡି ଧରିଥିବା ବେଳେ, ସେଇ ଛୋଟ ସାପ ଟି ମଧ୍ୟ ନିଜର ଲାଙ୍ଗୁଳ ରେ ନାଗର ବେକ କୁ ଗୁଡେଇ ଦେଇ ଥିଲା ।

ସ୍ଥାନୀୟ ଲୋକ ମାନେ ସ୍ନେକ ହେଲ୍ପ ଲାଇନ କୁ ହ୍ଵାଟ୍ସଆପ ରେ ଫୋଟୋ ପଠେଇ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଦୋଷ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ସାପ ୨ ଟି କୁ ଚିହ୍ନଟ କରିଥିଲେ । ଏଇଭଳି ପରିସ୍ଥିତିରେ ସାପଙ୍କୁ ବିରକ୍ତ ନ କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲୋକଙ୍କୁ ଅନୁରୋଧ କରିଥିଲେ ମଧ୍ୟ , ଲୋକମାନେ ନଚୋଡ଼ ବନ୍ଧା ହୋଇଥିଲେ । ସେମାନେ ବାଧ୍ୟ କରିଥିଲେ ଯଦି ସାପକୁ ଏଠୁ ନ ହଟେଇବ ଆମେ ମାରି ଦେବୁ ।

ବାଧ୍ୟ ହୋଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଦୋଷ ନିଜ ସ୍ନେକ ହୁକରେ ସାପ ୨ ଟିକୁ ଅଲଗା କରିଥିଲେ । ଘଟଣା ସ୍ଥଳରୁ ଖଣ୍ଡେ ଦୂରରେ ଅଲଗା ଅଲଗା ସ୍ଥାନରେ ସାପ ୨ ଟିକୁ ଛାଡ଼ି ଦେଇଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ । ତେବେ ଯଦିଓ ଆମେ ସାପଙ୍କୁ ଛାଡିବା ବେଳେ ଉଭୟ ବଞ୍ଚି ଥିଲେ, କିନ୍ତୁ ବିଷହୀନ କମନ ସ୍ୟାଣ୍ଡ ବୋଆଟିକୁ ଯେହେତୁ ନାଗ ସାପ ଦୀର୍ଘ ସମୟ ଧରି କାମୁଡି ଧରିଥିଲା ତେଣୁ ତାହା ମରିଯାଇଥିବ ବୋଲି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.