ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୋରା ବନ୍ଧୁକ କାରବାର: ୭ ଗିରଫ, ୪ ବନ୍ଧୁକ ଜବତ

ପୁରୀ: ପୁରୀ ସହରରେ ବିଭିନ୍ନ ହତ୍ୟାକାଣ୍ଡ ଓ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଏକ ୭ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ପୁଲିସ। ସେମାନଙ୍କ ଠାରୁ ୪ ଟି ବନ୍ଧୁକ, ୪ ଟି ଅଫୁଟା ଗୁଳି, ୨ ଟି ମୋବାଇଲ ଓ ୨୫୦୦ ଟଙ୍କା ଜବତ ହୋଇଛି। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ତଥା ୭ଟି ମାମଲାରେ ସଂପୃକ୍ତ ଥିବା ସଦର ଥାନା ଅଞ୍ଚଳ ରେଣ୍ଡାଗଡର ଋଷିଆ ଓରଫ ରତିକାନ୍ତ ପରିଡ଼ା ସମେତ ଶିରୁଳି ମହାବୀର ଅଞ୍ଚଳର ବିକି ଓରଫ ବିକ୍ରମ ପଣ୍ଡା, ନୟାଗଡ଼ ଖଣ୍ଡପଡ଼ାର ଅଶୋକ ସାହୁ, ୫ ଟି ମାମଲାରେ ସଂପୃକ୍ତ ଥିବା ନୂଆପାଟଣାର ଗୁଡୁ ଓରଫ ରୁଦ୍ରପ୍ରସାଦ ରାଉତ, ହାଡଗୋଡ଼ିଆ ସାହିର ରକି ଓରଫ ହରିଶ୍ଚନ୍ଦ୍ର ପୃଷ୍ଟି, ୬ ଟି ମାମଲାରେ ସଂପୃକ୍ତ ଥିବା ଖାକିମଠ ନୂଆ ସାହିର ଲୋକନାଥ ଦାଶ ଓ ବଉଳମଠ ଲେନର ରଞ୍ଜିତ କୁମାର ମହାନ୍ତି। ସଦର, ଟାଉନ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଏହି ଅପରାଧୀଙ୍କୁ ଗିରଫ କରାଯାଇଛି। ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ ଚୋରା ବନ୍ଧୁକ ଯୋଗାଇବାରେ ସଂପୃକ୍ତ ଥିଲେ। ଏହି ବର୍ଷ ବର୍ତ୍ତମାନ ସୁଦ୍ଧା ୧୬ ଟି ବନ୍ଧୁକ ଜବତ ହୋଇଥିବା ଏସପି କେ.ବିଶାଲ ସିଂହ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏମାନଙ୍କ ଆନ୍ତଃ ରାଜ୍ୟ ସଂପୃକ୍ତି ଥିବା ତଦନ୍ତ ସମୟରେ ଜଣାପଡିଛି। ନିକଟରେ ଲୋକନାଥଙ୍କ ସେବାୟତ ଶିବରାମ ପାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପୂର୍ବରୁ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଦୁଇଟି ଘଟଣାରେ ସହରରେ ଅବାଧ ଚୋରା ବନ୍ଧୁକ କାରବାର ଚାଲିଥିବା ସ୍ପଷ୍ଟ ହୋଇଥିଲା। ବନ୍ଧୁକ କେଉଁଠୁ ଆସୁଛି ତାର ତଦନ୍ତ ପାଇଁ ଏକ ୫ ଜଣିଆ ପୋଲିସ ଟିମ୍ ଗଠନ କରାଯାଇଥିଲା।ଏହି ଟିମ୍ ସଦର,ଟାଉନ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଚୋରା ବନ୍ଧୁକ ରଖି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଥିବା ୭ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ସହ ଆଉ କେଉଁ ମାନେ ସଂପୃକ୍ତ, ବନ୍ଧୁକ କେଉଁଠୁ ଆଣି କାହାକୁ ଯୋଗାଉଥିଲେ ତାର ଅଧିକ ତଦନ୍ତ ଚାଲିଥିବା ଏସପି ଡ. କନୱାର ବିଶାଲ ସିଂ କହିଛନନ୍ତି।

Leave A Reply

Your email address will not be published.