ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ଓପ୍‌ନର ସ୍ମୃତି ମନ୍ଧାନାଙ୍କୁ ‘ଆଇସିସି ମହିଳା କ୍ରିକେଟର୍ ଅଫ୍ ଦି ଇୟର୍‌’ ସମ୍ମାନ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନାଙ୍କୁ ଆଇସିସି ମହିଳା କ୍ରିକେଟର୍ ଅଫ୍ ଦି ଇୟର୍‌’ ଭାବେ ଘୋଷଣା କରାଯାଇଛି। ୨୦୨୧ ବର୍ଷରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଆଇସିସି ଏପରି ସମ୍ମାନରେ ସମ୍ମାନୀତ କରିଛି। ଏହି ପୁରସ୍କାର ଜିତିବା ଦୌଡ଼ରେ ଇଂଲଣ୍ଡର ତାମି ବିଉମଣ୍ଟ୍‌ ଓ ନାଟ୍‌ ସିଭର୍‌ ଏବଂ ଆୟର୍ଲାଣ୍ଡ୍‌ର ଗାବି ଲୁଇସ୍‌ ରହିଥିଲେ। ହେଲେ ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ମହିଳା କ୍ରିକେଟ ଦଳର ଓପନର ସ୍ମୃତି ମନ୍ଧାନା ଏହି ପୁରସ୍କାର ହାତେଇଛନ୍ତି।


ମନ୍ଧାନା ଚଳିତ ୨୦୨୧ରେ ୯ ଟି-୨୦ ମ୍ୟାଚ୍‌ରୁ ୩୧.୮୭ ହାରରେ ୨୫୫ ରନ୍‌ କରିଥିଲେ  ସେଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ଦଳର ଦୁଇଟି ବିଜୟରୁ ପ୍ରଥମରେ ହିଁ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ରେ ୧୧୩ ରନ୍‌ର ପିଛା କରିଥିବା ଭାରତ ପକ୍ଷରୁ ସେ ମାତ୍ର ୨୮ ବଲ୍‌ରେ ୪୮ ରନ୍‌ କରିଥିଲେ। ଏହି ବିଜୟ ମଧ୍ୟ ଭାରତକୁ ମୂଳପୋଛ ହେବାରୁ ରକ୍ଷା କରିଥିଲା। ସେହିପରି ମନ୍ଧାନା ମଧ୍ୟ ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ୧୧୯ ରନ୍‌ କରି ଅଗ୍ରଣୀ ସ୍କୋରର୍‌ ରହିଥିଲେ। ଉଭୟ ମ୍ୟାଚ୍‌ ହାରିଥିବା ଭାରତ ପକ୍ଷରୁ ସେ ସର୍ବାଧିକ ସ୍କୋରର୍‌ ମଧ୍ୟ ରହିଥିଲେ। ଶେଷ ମ୍ୟାଚ୍‌ରେ ତାଙ୍କ ୭୦ ବଲ୍‌ ୫୧ ରନ୍‌ ବେକାର ଯାଇଥିଲା।

Leave A Reply

Your email address will not be published.