ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିମାନ ଯାତ୍ରାବେଳେ ହଟହଟା ହେଲେ ସ୍ମୃତି ଇରାଣୀ, ଦରଦାମ ବୃଦ୍ଧି ପ୍ରସଙ୍ଗରେ ପ୍ରଶ୍ନ କଲେ କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ଘଟୁଛି। ଏହାରି ମଧ୍ଯରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାଣୀଙ୍କୁ ବିମାନରେ ଯାତ୍ରା ବେଳେ ଦରବୃଦ୍ଧି ପ୍ରସଙ୍ଗରେ ଜଣେ କଂଗ୍ରେସ ନେତ୍ରୀ ପ୍ରଶ୍ନ କରୁଛନ୍ତି। କଂଗ୍ରେସ ମହିଳା ମୋର୍ଚ୍ଚାର ନେତ୍ରୀ ନୀତା ଡି ସୌଜା ସ୍ମୃତି ଇରାଣୀଙ୍କୁ ତେଲ ଦର କଥା ପଚାରି ତାଙ୍କୁ ଅଡ଼ୁଆରେ ପକାଇଥିଲେ। ଦିଲ୍ଲୀ-ଗୌହାଟି ବିମାନରେ ଉଭୟ ନୀତା ଡି ସୌଜା ଏବଂ ସ୍ମୃତି ଇରାଣୀ ମୁହାଁମୁହିଁ ହୋଇଥିଲେ।


ତେଲ ଦର ବୃଦ୍ଧି ପ୍ରସଙ୍ଗରେ ପାଚାରିବାରୁ ସ୍ମୃତି ଇରାଣୀ ତାଙ୍କ ତ୍ତରରେ ମାଗଣା ଟିକା ଓ ଗରିବଙ୍କୁ ମାଗଣା ରାସନ ପ୍ରଦାନ କଥା କହିଥିଲେ। ଯାହାକି ସନ୍ତୋଷ ଜନକ ଉତ୍ତର ନ ଥିଲା ବୋଲି କଂଗ୍ରେସ ନେତ୍ରୀ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ତାଙ୍କ ବାଟ ଅବରୋଧ କରୁଥିବା ସ୍ମୃତି ଇରାଣୀ ଅଭିଯୋଗ କରିଛନ୍ତି। ଏହି ମୋବାଇଲ ଭିଡିଓ କଂଗ୍ରେସ ମହିଳା ମୋର୍ଚ୍ଚାର ନେତ୍ରୀ ନୀତା ଡି ସୌଜା ନିଜ ଟ୍ୱିଟର ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.