ଖୁବଶୀଘ୍ର ଉଦ୍‌ଘାଟିତ ହେବ ସ୍ମାର୍ଟସିଟି ଭୁବନେଶ୍ବରର ୨୩୦ କୋଟି ଟଙ୍କାର ୩ଟି ବୃହତ ପ୍ରକଳ୍ପ

ଭୁବନେଶ୍ବର : ଖୁବଶୀଘ୍ର ରାଜଧାନୀର ଭୁବନେଶ୍ବରରେ ଉଦଘାଟିତ ହେବ ୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୩ଟି ବୃହତ ପ୍ରକଳ୍ପ। ଭୁବନେଶ୍ବର ସ୍ମାର୍ଟସିଟିର ଯେଉଁ ୩ ଟି ବୃହତ ପ୍ରକଳ୍ପର ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ସେଗୁଡିକ ହେଉଛି ୧୧ତାଲା ଵିଶିଷ୍ଟ ବିଏମସିର ନୂତନ କାର୍ଯ୍ୟାଳୟ, ଶହୀଦ ନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ ଓ ବାପୁଜୀ ନଗରରେ ଆଉ ଏକ ପ୍ରକଳ୍ପ।

ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଏ ଗୁଡ଼ିକ ଉଦଘାଟନ ହେବାର ସମ୍ଭାବନା ରହିଛି । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ସମସ୍ତ ୩ଟି ପ୍ରକଳ୍ପରେ ପ୍ରାୟ ୨୩୦କୋଟି ଟଙ୍କା ବିନିଯୋଗ ହୋଇଛି । ବିଏମସି ନୂତନ କାର୍ୟ୍ୟାଳୟରେ ୧୦୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଶହୀଦ ନଗର ସ୍ଥିତ ମଲ୍ଟି ଲେବେଲ କାର ପାର୍କିଂ ପାଇଁ ୧୦୮କୋଟି ଓ ବାପୁଜୀ ନଗରରେ ଏକ ପ୍ରକଳ୍ପ ପାଇଁ ପ୍ରାୟ ୨୦କୋଟି ଟଙ୍କା ବିନିଯୋଗ ହୋଇଛି । ସତ୍ୟନଗରସ୍ଥିତ ବିଏମସିର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଲେ ସେଠାରେ ଗୋଟିଏ କୋଠାରେ ବିଏମସି, ବିଡିଏ ଓ ସ୍ମାର୍ଟସିଟି କାର୍ଯ୍ୟାଳୟ ରହିବ । ୧୧ତାଲା ଵିଶିଷ୍ଟ ବିଏମସି ନୂତନ କାର୍ଯ୍ୟାଳୟରେ 6ଟି ମହଲାରେ ବିଏମସି, ବିଡିଏ ଓ ସ୍ମାର୍ଟସିଟି କାର୍ଯ୍ୟାଳୟ ରହିବ। ଅବଶିଷ୍ଟ ଉପର ୫ଟି ମହଲା କର୍ପୋରେଟ କାର୍ଯ୍ୟାଳୟ ପାଇଁ ଲିଜ ସୂତ୍ରରେ ଦିଆଯିବ ବୋଲି ସୂଚନା ମିଳିଛି ।

Leave a comment