ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର: ସ୍ମାର୍ଟସିଟି ଅନଲାଇନ ଅଟୋ ଚାଳକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ପୁଲିସ କମିଶନରଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟିଛନ୍ତି ଅନଲାଇନ ଅଟୋ ଚାଳକ ସଂଘ । ଆନ୍ଦୋଳନ ପ୍ରତ୍ୟାହାର ନେଇ ସଭାପତି ଦୀନବନ୍ଧୁ ନାୟକଙ୍କ ସୂଚନା ଦେଇଛନ୍ତି। ଯେଉଁଠି କାଲି ଦୁର୍ବ୍ୟବହାର ହୋଇଥିଲା, ସଂପୃକ୍ତ ଥାନାରେ ଏତଲା ଦିଆଯିବ ବୋଲି କୁହାଯାଇଛି।

ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି  ଷ୍ଟିୟରିଂ ବନ୍ଦ ଆନ୍ଦୋଳନ ସମୟରେ ସାମିଲ ହୋଇ ନ ଥିବା ଡ୍ରାଇଭରମାନଙ୍କୁ ଡ୍ରାଇଭର ମହାସଂଘ ପକ୍ଷରୁ ବିଚ୍‌ ରାସ୍ତାରେ ଘୋର ଅପମାନିତ କରାଯାଉଥିବା ଅଭିଯୋଗ ହୋଇଥିଲା। ଏପରିକି ରାଜରାସ୍ତାରେ ସେମାନଙ୍କ ଗାଡ଼ିକୁ ଅଟକାଇ ଡ୍ରାଇଭରଙ୍କୁ ଓହ୍ଲାଇ ଦିଆଯାଇଥିଲା। ଏହାପରେ ସେମାନଙ୍କ ବେକରେ ଫୁଲମାଳ ପକାଇ ହାତରେ ଏକ ପ୍ଲାକାର୍ଡ ଧରା ଯାଇଥିଲା। ଉକ୍ତ ପ୍ଲାକାର୍ଡରେ ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ବୋଲି ଲେଖା ଥିଲା। ଏପରିକି ତାହାର ଫଟୋ ବି ଉଠାଯାଇଥିଲା।  ଅନ୍ୟ ସଂଗଠନର ସଦସ୍ୟଙ୍କୁ ଏଭଳି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏଥିନିମନ୍ତେ ଆଜିଠୁ ଆନ୍ଦୋଳନ କରିବେ ବୋଲି ସ୍ମାର୍ଟ ସିଟି ଅନଲାଇନ ଅଟୋ ସଂଘ କହିଥିଲା ।

Leave a comment