ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ସନ୍ଧ୍ୟାରୁ ୧୮-୪୪ ବର୍ଷ ବୟସ ପାଇଁ କୋଓ୍ୱିନ୍ ପୋର୍ଟାଲ ମାଧ୍ୟମରେ ସ୍ଲଟ୍ ବୁକ୍

ଭୁବନେଶ୍ୱର: ମେ’ ୧ ରୁ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ । ନୟାପଲ୍ଲୀରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏ ନେଇ ଡ୍ରାଏ ରନ୍ ମଧ୍ୟ କରାଯାଇଛି । ସୋମବାରଠୁ ଏହା ବ୍ୟାପକ ହେବ । ଟିନା ନେବା ଲାଗି ଆଜିଠୁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ମିଳିବ । ବିନା ପଞ୍ଜିକରଣରେ କାହାକୁ ମିଳିବନି ଟିକା । ଭୁବନେଶ୍ୱରରେ ଟିକାର ଅଭାବ ନାହିଁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସମ୍ପ୍ରତ୍ତି ରାଜ୍ୟରେ ୭୫୮୮ ଜଣ ସକ୍ରିୟ କରୋନା ରୋଗୀ ଭୁବନେଶ୍ବରରେ ରହିଛନ୍ତି। ଦୈନିକ ୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଏବେ ଭୁବନେଶ୍ବରରେ ଥିବା ବିଭିନ୍ନ ହସ୍ପିଟାଲରେ ୩୫୫୩ଟି ବେଡ୍ ଉପଲବ୍ଧ । ଏଥିରୁ ୫୩୧ ଆଇସିୟୁ, ୮୩୬ HUD, ୨୧୮୬ ସାଧାରଣ ବେଡ୍ ରହିଛି । ୯୫ ପ୍ରତିଶତ ସାଧାରଣ ବେଡ୍‌ ରହିଛି ଅକ୍ସିଜେନ୍ ସଂଯୋଗ । ୯୦% ଆଇସିୟୁ, ୫୦ % ଏଚ୍‌ୟୁଡି ଏବଂ ସାଧାରଣ ବେଡ୍‌ରେ ରୋଗୀ ଚିକିତ୍ସା ହେଉଛନ୍ତି । ୮୫ ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତ । ଆରଆର୍ଟିମାନେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପରାମର୍ଶ ଦେଉଛନ୍ତି। ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ଅନେକ ଲୋକ ଲକ୍ଷଣ ଥାଇବି ଟେଷ୍ଟ କରୁ ନାହାନ୍ତି । ୧୧ଟି ଘରୋଇ ଏବଂ ୨୪ଟି ସିଏଚ୍ସି ଓ ପିଏଚ୍ସିରେ ହେଉଛି ନମୁନା ପରୀକ୍ଷଣ । ପରୀକ୍ଷା ଶୀଘ୍ର କଲେ ରୋଗ ଶୀଘ୍ର ଭଲ ହେବା ସମ୍ଭାବନା ରହିଛି ।

Leave A Reply

Your email address will not be published.