ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୁରେକେଲା ବେଳବାଞ୍ଜି ଜଙ୍ଗଲ ଭିତରୁ ନର କଙ୍କାଳ ଉଦ୍ଧାର !

ତୁରେକେଲା: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମହାନିଲହ ଗାଁ ପାଖ ବେଳବାଞ୍ଜି ଜଙ୍ଗଲ ଭିତରେ ନର କଙ୍କାଳ ଉଦ୍ଧାର ହୋଇଛି । ତେବେ ନର କଙ୍କାଳ କାହାର ତାହା ଜଣା ପଡ଼ିନାହିଁ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ଏସଡିପିଓ ଲକ୍ଷ୍ମୀନାରାୟନ ମାରାଣ୍ଡି ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ମହାନୀଲହ ଗାଁରେ ଜଣେ ବ୍ୟକ୍ତି ଛେଳି ଚରାଇବାକୁ ଜଙ୍ଗଲକୁ ଯାଉଥିବାବେଳେ ସେ ଏହି ନର କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକ ତଦନ୍ତ କରୁଛି । ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ପହଂଚି ଅଧିକ ତଦନ୍ତ କରିବେ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଗତ କିଛି ଦିନ ପୂର୍ବରୁ ରାମୁଡ଼ ଗାଁରେ ବୁଲାବୁଲି କରୁଥିବା ଜଣେ ମାନସିକ ବିକୃତିର ମହିଳା ନିଖୋଜ ଥିବା ଜଣାପଡିଛି । ତେବେ ସେହି ମହିଳାଙ୍କ ନର କଙ୍କାଳ ହୋଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.