ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଗଲେ ୬ ଯୁବକ

ଯାଜପୁର: ଯାଜପୁର ବଡ଼ସୁଆର ମଙ୍ଗଳା ଘାଟରେ ଖରସ୍ରୋତା ନଦୀରେ ଅଘଟଣ । ହୋଲି ଖେଳିବା ପରେ ଗାଧୋଇବା ବେଳେ ନଦୀରେ ଭାସିଯାଇ ୬ ନିଖୋଜ । ୬ ନିଖୋଜ ଯୁବକଙ୍କୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି ରହିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କେହିବି ଉଦ୍ଧାର ହୋଇନାହାନ୍ତି।

ସୂଚନାଅନୂସାରେ ଆଜି ଯାଜପୁରରେ ଖୋଲି ଖେଳଥିଲା। ଏଣୁ ହୋଲି ଖେଳି ସାରି ଗାଧୋଇବା ପାଇଁ ଏହି ୬ ଜଣ ଯୁବକ ଆସିଥିଲେ। ବଡ଼ସୁଆର ନିକଟ ମଙ୍ଗଳାଘାଟରେ ଗାଧୋଇବା ସମୟରେ ଭାସିଯାଇଥିବା ଜଣାପଡିଛି।

Leave A Reply

Your email address will not be published.