bitcoin
Bitcoin (BTC) 2,286,065.02 0.78%
ethereum
Ethereum (ETH) 142,274.88 6.62%
tether
Tether (USDT) 77.50 0.00%
usd-coin
USD Coin (USDC) 77.59 0.11%
bnb
BNB (BNB) 24,022.52 5.29%
xrp
XRP (XRP) 30.48 3.23%
binance-usd
Binance USD (BUSD) 77.66 0.21%
cardano
Cardano (ADA) 37.52 6.12%
solana
Solana (SOL) 3,425.14 9.29%
dogecoin
Dogecoin (DOGE) 6.10 5.85%

ଅଶାନ୍ତ ରାଜଧାନୀ : କେଉଁଠି ପାରିବାରିକ କଳହ ତ ପୁଣି କେଉଁଠି ନିଶାକୁ ନେଇ ଗଡୁଛି ମୁଣ୍ଡ

ଭୁବନେଶ୍ୱର : ରାଜଧାନୀ ସହରରେ ଚୋରି, ଲୁଟ୍‍ପାଟ୍‍ ବଢ଼଼ିବା ଭଳି ତାଳ ଦେଇ ବୃଦ୍ଧି ହେଉଛି ହତ୍ୟାକାଣ୍ଡ। ଏପ୍ରିଲ ମାସରେ ଭୁବନେଶ୍ୱରରେ ୬ଟି ହତ୍ୟାକାଣ୍ଡ ଘଟିଛି। ଖଣ୍ଡଗିରିରେ ଦୁଇଟି ହତ୍ୟା ମାମଲା ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଡବଲ ମର୍ଡର ହୋଇଛି। କେଉଁଠି ଜମିବାଡ଼ି ବିବାଦ ତ ଆଉ କେଉଁଠି ନିଶା କାରବାରକୁ ନେଇ ମୁଣ୍ଡ ଗଡ଼ିଛି। ଏଥିସହିତ ପାରିବାରିକ କଳହ ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିବା ଘଟଣା ବି ରାଜଧାନୀରେ ଘଟିଛି। ହେଲେ ହତ୍ୟାକାଣ୍ଡ ରୋକିବା ଲାଗି କମିସନରେଟ ପୁଲିସ ପଦକ୍ଷେପ ନେବା ବଦଳରେ ହତ୍ୟା ହେଲେ ପୁଲିସର ଭୂମିକା ନ ଥାଏ ବୋଲି ପୁଲିସର ବରିଷ୍ଠ ଅଧିକାରୀମାନେ କହୁଛନ୍ତି। ଆଉ କେବଳ ଅଭିଯୁକ୍ତଙ୍କୁ ଗିରଫ କରି ନିଜ ଉପରୁ ଦୋଷ ଖସାଇ ଦେଉଛନ୍ତି।

ଘଟିଥିବା କିଛି ହତ୍ୟାକାଣ୍ଡ

  • ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିଛି ସଇତାନ ସ୍ୱାମୀ। ଏଥିରେ ଗାୟତ୍ରୀ ସେଠୀ ଓ ସରସ୍ୱତୀଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ସ୍ୱାମୀ ବିଜୟ କେତନ ସେଠୀକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା।
  • ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଧାନସଭା ସାମ୍‍ନାରେ ଦମ୍ପତିକୁ ଆକ୍ରମଣ କରିଥିଲେ ଦୁଇ ଯୁବକ। ଏଥିରେ ବବୁଲୁ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ପୁନମ୍‍ ବେହେରା ଗୁରୁତର ଆହତ ହୋଇଥିଲେ। ଏଥିରେ ଦୁଇ ଅଭିଯୁକ୍ତକୁ ଖାରବେଳ ନଗର ଥାନା ପୁଲିସ ଗିରଫ କରିଥିଲା।
  • ଭୁବନେଶ୍ୱର ରେଳ ଷ୍ଟେସନ୍‍ର ପୁରୁଣା ଟିକଟ କାଉଣ୍ଟର ସମ୍ମୁଖରେ ଗଞ୍ଜେଇ ଟଣାକୁ କେନ୍ଦ୍ରକରି ମହମ୍ମଦ ଆଲମ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଶଙ୍କର ପାଣ୍ଡେକୁ ଜିଆର୍‍ପି ଗିରଫ କରିଥିଲା।
  • ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସୁଶାନ୍ତ ପ୍ରଧାନଙ୍କୁୁ ହତ୍ୟା କରାଯାଇଥିଲା। ଏଥିରେ ସମ୍ପୃକ୍ତି ନିତ୍ୟାନନ୍ଦ ପ୍ରଧାନ ଏବଂ ଶ୍ରୀଧର ପ୍ରଧାନକୁ ଚନ୍ଦକା ଥାନା ପୁଲିସ ଗିରଫ କରିଛି।
  • ପରିବା ଦୋକାନକୁ କେନ୍ଦ୍ରକରି ଅକ୍ଷୟ ପ୍ରଧାନକୁ ହତ୍ୟା କରାଯାଇଥିଲା। ଏଥିରେ ଅଭିଯୁକ୍ତ ଗଣେଶ ବରାଡ଼କୁ ପୁଲିସ ଗିରଫ କରିବା ସହ ମାରଣାସ୍ତ୍ର ଜବତ କରାଯାଇଛି।

 

Leave a comment