ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଲଙ୍କା ରାସ୍ତାରେ ପାକିସ୍ତାନ : ପମ୍ପରେ ପେଟ୍ରୋଲ ନାହିଁ, ଏଟିଏମରେ ନଗଦ ଟଙ୍କା ନାହିଁ

ନୂଆଦିଲ୍ଲୀ : ଆତଙ୍କବାଦର ଆଶ୍ରୟସ୍ଥଳ ପାକିସ୍ତାନ ଏବେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ। ପାକିସ୍ତାନ ଏହାର ଇତିହାସରେ ଦ୍ୱିତୀୟ ଥର ଏକ ବୃହତ୍‌ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାକୁ ଯାଉଛି। ଦେଶରେ ବଢ଼ିବାରେ ଲାଗିଛି ମୁଦ୍ରାସ୍ଫୀତି। ଗୋଟିଏ ପଟେ ଘୋର ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପାକିସ୍ତାନ ଟଙ୍କା ମୂଲ୍ୟ ଡଲାର ତୁଳନାରେ ଅଧିକ ଦୁର୍ବଳ ହୋଇ ନୂଆ ରେକର୍ଡ କରିଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ପରିସ୍ଥିତି ଏମିତି ହୋଇଛି ଯେ ଏକ ଡଲାର ମୂଲ୍ୟ ୨୦୦ ପାକିସ୍ତାନୀ ଟଙ୍କା ହୋଇଛି। ଦେଶ ନିକଟରେ ବର୍ତ୍ତମାନ ମାତ୍ର ୨ ମାସର ଆମଦାନୀ ପାଇଁ ବିଦେଶୀ ମୁଦ୍ରା ରହିଛି। ପାକିସ୍ତାନରେ ମୁଦ୍ରାସ୍ଫୀତି ଦୁଇ ବର୍ଷର ସର୍ବୋଚ୍ଚ ସ୍ତର ଛୁଇଁ ୧୩.୪ ପ୍ରତିଶତରେ ପହଞ୍ଚିଛି।

ରାଜନୈତିକ ପରିସ୍ଥିତି ଅସ୍ଥିର ହେଉଥିବା କାରଣରୁ ଦେଶର ଅର୍ଥନୀତି ରସାତଳ ହେବାରେ ଲାଗିଛି। ପାତାଳରେ ପହଞ୍ଚିଛି। ବର୍ତ୍ତମାନ ପରିସ୍ଥିତି ଏମିତି ହୋଇଛି ଯଦି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ରୁ ପାକିସ୍ତାନକୁ ଏକ ଆର୍ଥିକ ପ୍ୟାକେଜ୍ ନ ମିଳେ ତେବେ ଦେଶର ସ୍ଥିତି ଶ୍ରୀଲଙ୍କା ଭଳି ହେବ। ଅର୍ଥାତ୍‌ ପାକିସ୍ତାନ ବିଶ୍ୱସ୍ତରୀୟ ଋଣ ଖିଲାପକାରୀ ରାଷ୍ଟ୍ର ଭାବେ ବିବେଚିତ ହେବ। ପାକିସ୍ତାନ ଇତିହାସରେ ଦ୍ୱିତୀୟ ଥର ପାଇଁ ଏଭଳି ପରିସ୍ଥିତି ଉପୁଜିଛି। ଏବେ ଦେଶର ପମ୍ପଗୁଡିକରେ ପେଟ୍ରୋଲ ନାହିଁ ଏବଂ ଏଟିଏମରେ ନଗଦ ଟଙ୍କା ମଧ୍ୟ ନାହିଁ। ଗୋଟିଏ ପଟେ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ଭଳି ହେବାକୁ ଯାଉଛି, ଅନ୍ୟପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନର ସରକାର ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।

ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଦ୍ରୁତ ଗତିରେ ହ୍ରାସ ପାଇବାରେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ବୈଦେଶିକ ମୁଦ୍ରା ଭଣ୍ଡାର ୧୦.୩ ବିଲିୟନ ଡ଼ଲାରକୁ ଖସି ଆସିଛି। ଏଭଳି ପରିସ୍ଥିତିରେ ପାକିସ୍ତାନର ଅବସ୍ଥା ମଧ୍ୟ ଶ୍ରୀଲଙ୍କା ଭଳି ହୋଇ ଏହାର ଋଣ ପରିଶୋଧ କରିବାରେ ଖÒଲାପକାରୀ ହୋଇପାରେ ବୋଲି କୁହାଯାଉଛି। ଏହାର ବୈଦେଶିକ ମୁଦ୍ରା ଭଣ୍ଡାରକୁ ହ୍ରାସରୁ ବଞ୍ଚାଇବା ପାଇଁ ନିକଟରେ ପାକିସ୍ତାନ ଫୋନ୍, ସାମ୍ପୁ, ପାସ୍ତା, କାର୍, ଶୁଖିଲା ଫଳ, ମାଂସ, ଫଳ, ଆସବାବପତ୍ର, ଘରୋଇ ଉପକରଣ, ଅସ୍ତ୍ରଶସ୍ତ୍ର, ମେକଅପ୍, ସିଗାରେଟ୍ ସହିତ ପ୍ରାୟ ୩୮ ଟି ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ପାକିସ୍ତାନରେ ତୈଳ ଓ ବିଦ୍ୟୁତ୍ ଉପରେ ସବ୍‌ସିଡି ଦିଆଯାଉଛି। ବିଶେଷଜ୍ଞମାନଙ୍କର କହିବା ହେଉଛି ଏହା ବନ୍ଦ ନ କଲେ ଦେଶରେ ଟଙ୍କା ମୂଲ୍ୟ ଆହୁରି ହ୍ରାସ ପାଇବ। ଏହି ହ୍ରାସକୁ ରୋକିବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାକିସ୍ତାନକୁ ୧ ବିଲିୟନ ଡଲାରର ସହାୟତା ପ୍ରଦାନ କରିବ।ପାକିସ୍ତାନୀ ଅଧିକାରୀମାନେ ମଧ୍ୟ ଏ ବିଷୟରେ ଆଇଏମଏଫ ସହ କଥାବାର୍ତ୍ତା ଚଳାଇଛନ୍ତି।ବର୍ତ୍ତମାନ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ। ପେଟ୍ରୋଲ ପମ୍ପରେ ପେଟ୍ରୋଲ ନାହିଁ, ଏଟିଏମରେ ନଗଦ ଟଙ୍କା ନାହିଁ ଏବଂ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପ୍ରିଲ ପର୍ଯ୍ୟନ୍ତ ପାକିସ୍ତାନରେ ମୁଦ୍ରାସ୍ଫୀତି ଦୁଇ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚି ୧୩.୪ ପ୍ରତିଶତରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ନିକଟରେ ପାକିସ୍ତାନୀ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରରେ ୧୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରି ୧୩.୭୫ ପ୍ରତିଶତରେ ରଖÒଛି, ଯାହା ଦ୍ବାରା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହୋଇପାରିବ।

Leave A Reply

Your email address will not be published.