ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଟିଏ ସ୍ଥାନରେ ୮ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ଦୁର୍ବଳ ହୋଇଥାଏ ସ୍ମରଣଶକ୍ତି

ଆଜିକାଲି ଅଫିସ୍‌ରେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଏକ ସାଧାରଣ କଥା ହୋଇଗଲାଣି। ମୁଖ୍ୟତଃ କର୍ମଚାରୀମାନେ ନିଜ ସ୍ଥାନରୁ ନ ଉଠି ଗୋଟିଏ ସ୍ଥାନରେ ୮ ଘଣ୍ଟା ବସି ରହି କାମ କରୁଥିବା ଦେଖାଯାଏ। ଦୀର୍ଘ ସମୟ ଧରି ବସି ରହିବାର ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ସ୍ମରଣଶକ୍ତି ଦୁର୍ବଳ ହୋଇଥାଏ। ଏଥିଯୋଗୁଁ ଲୋକେ ଅନେକ ସମୟରେ ଦରକାରୀ ଜିନିଷ ଭୁଲି ଯାଉଛନ୍ତି ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ, ‘ଏଭଳି ଲୋକଙ୍କୁ ଦିନରେ ଅତି ବେଶୀରେ ତିନି ଘଣ୍ଟା ଛିଡ଼ା ହେବାର ଆବଶ୍ୟକତା ଅଛି। ଏହା ଦୀର୍ଘାୟୁ ହେବାରେ ସାହାଯ୍ୟ କରେ। ଛିଡା ହେବା ଦ୍ବାରା ରକ୍ତରେ ଶର୍କରା ସ୍ତର କମ୍ ହୋଇଥାଏ। ସେହିପରି ଆଠ ଘଣ୍ଟାରୁ ଅଧିକ ସମୟ ବସୁଥିବା ଲୋକଙ୍କଠାରେ ଅବସାଦ ଓ ଥକ୍କାପଣ ଦେଖିବାକୁ ମିଳିଥାଏ। ଏଭଳି ଲୋକଙ୍କ ତୁଳନାରେ ଯେଉଁମାନେ ତିନି ଘଣ୍ଟା ଛିଡ଼ା ହୁଅନ୍ତି, ସେମାନଙ୍କଠାରେ ହୃଦ୍‌ରୋଗ ଆଶଙ୍କା କମ୍ ଦେଖାଦିଏ। ଦୀର୍ଘ ସମୟ ବସି ରହିବା ଯୋଗୁଁ ଏହା ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଓ ସ୍ମରଣଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।

ଏହାବ୍ୟତୀତ ଦୀର୍ଘ ସମୟ ବସି ରହିଲେ ଶରୀରର ସବୁ ଅଂଶରେ ରକ୍ତ ପ୍ରବାହ ଏକପ୍ରକାର ପ୍ରଭାବିତ ହୋଇଥାଏ। ମସ୍ତିଷ୍କରେ ରକ୍ତ ପ୍ରବାହ ଠିକ୍ ଭାବେ ନ ହେଲେ ମସ୍ତିଷ୍କ କୋଷରେ ଅମ୍ଳଜାନ ଓ ପୋଷକ ତତ୍ତ୍ବ ପରିଣାମ ବି ହ୍ରାସପାଏ। ସେହିପରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିବା ଦ୍ବାରା ଏହି ପୂରା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥାଏ। ଅନ୍ୟପଟେ ଏହାର ପ୍ରଭାବ ଆମ ପାଦ ଉପରେ ମଧ୍ୟ ପଡ଼ିଥାଏ। ମସ୍ତିଷ୍କର ସକ୍ରିୟତା ବଜାୟ ରଖିବା ଲାଗି ଲୋକଙ୍କୁ ପ୍ରତି ଅଧ ଘଣ୍ଟାରେ ଦୁଇ ମିନିଟ୍ ଉଠି ଚଲାବୁଲା ଦରକାର। ଏଭଳି କରିବା ଦ୍ବାରା ମସ୍ତିଷ୍କରେ ରକ୍ତ ପ୍ରବାହ ବଢ଼ିଥାଏ।

Leave A Reply

Your email address will not be published.