ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ସୀତା ନବମୀ ପାଳନର କଣ ରହିଛି ମହତ୍ତ୍ବ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା, ବ୍ରତର ବିଶେଷ ମହତ୍ତ୍ବ ରହିଛି। ଏହିକ୍ରମରେ ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ ଭାବେ ପାଳନ କରାଯାଏ। ଏହି ଦିନ ଜନକ ନନ୍ଦିନୀ ସୀତା ଆବିର୍ଭାବ ହୋଇଥିଲେ ବୋଲି ବିଶ୍ବାସ ରହିଛି। ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କୁହାଯାଏ । ଏହିଦିନ ମହିଳାମାନେ ଦେବୀ ସୀତାଙ୍କ ପୂଜାର୍ଚ୍ଚନା କରିଥା’ନ୍ତି। ଏହିଦିନ ଦେବୀ ସୀତାଙ୍କୁ ସୁସଜ୍ଜିତ କରାଯାଇ ସମସ୍ତ ଶୃଙ୍ଗାର ସାମଗ୍ରୀ ଅର୍ପଣ କରାଯାଏ।

ପୌରାଣିକ କଥାନୁସାରେ, ଦେବଦତ୍ତମ ନାମକ ଜଣେ ଶ୍ରେଷ୍ଠ ଧର୍ମବାଦୀ ବ୍ରାହ୍ମଣ ଥିଲେ। ତାଙ୍କ ପତ୍ନୀ ଶୋଭନା ଅତ୍ୟନ୍ତ ରୂପବତୀ ଓ ସେ ନିଜ ସୌନ୍ଦର୍ଯ୍ୟକୁ ନେଇ ଅତ୍ୟନ୍ତ ଗର୍ବ କରୁଥିଲେ। ଜୀବିକା ପାଇଁ ଦେବଦତ୍ତ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗୁଥିଲେ କିନ୍ତୁ, ବ୍ରାହ୍ମଣୀ ଶୋଭନା କୁସଂଗତରେ ପଡ଼ି ବ୍ୟଭିଚାର ପ୍ରବୃତ୍ତି ହୋଇଗଲେ। ତାଙ୍କର ବ୍ୟଭିଚାର ପ୍ରତ୍ୟେକ ଗ୍ରାମରେ ଚର୍ଚ୍ଚା ହେବାକୁ ଲାଗିଲା । ଦିନେ ଜଣେ ଖଳ ପ୍ରବୃତ୍ତି ବ୍ୟକ୍ତି ଗ୍ରାମରେ ନିଆଁ ଲଗାଇ ଦେଲେ, ଏହି ଅଗ୍ନିରେ ଶୋଭନାଙ୍କ ମୃତ୍ୟୁ ହୋଇଯାଏ। ପରବର୍ତ୍ତୀ ଜନ୍ମରେ ସେ ଚଣ୍ଡାଳ ଘରେ ଜନ୍ମ ଗ୍ରହଣ କଲେ ଓ ବିବାହ ପରେ ଚଣ୍ଡାଳୁଣୀଭାବେ ଜୀବନ ଅତିବାହିତ କଲେ।

ସମୟ ଚକ୍ରରେ ଅନ୍ଧୁଣୀ, ଭିକାରୁଣୀ ସାଜି ସେ ଜୀବନ କାଟିଲା। ଦୈବାତ ସେ ବୈଶାଖ ମାସ, ଶୁକ୍ଳପକ୍ଷ ନବମୀ (ସୀତା ନବମୀ) ତିଥିରେ କୌଶଳପୁରୀରେ ପହଞ୍ଚିଲା । ଚଣ୍ଡାଳୁଣୀ ଜଣକ ନେହୁରା ହୋଇ କହିଲା-ହେ ସଜ୍ଜନ ମୋ ଉପରେ କୃପା କର କିଛି ଭୋଜନ ଦିଅ, ନଚେତ୍‌ ମୁଁ ଭୋକରେ ମରିଯିବି । ଏପରି କହି ସେ ଶ୍ରୀଜନକ ଭବନ ସମ୍ମୁଖରେ ତିଆରି ହୋଇଥିବା ଏକ ହଜାର ପୁଷ୍ପମଣ୍ଡିତ ଖମ୍ବକୁ ଅତିକ୍ରମ କରି ସେଥିରେ ପ୍ରବେଶ କଲେ ଓ ଖାଦ୍ୟ ମାଗିଲେ। ହଠାତ୍‌ ଜଣେ ଭକ୍ତ କହିଲେ ହେ ଦେବୀ ! ଆଜି ସୀତା ନବମୀ, ଭୋଜନରେ ଅନ୍ନ ଦେଉଥିବା ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ଏଥିପାଇଁ ଆଜି ଅନ୍ନ ମିଳିବନି। ଏହକହି ସେ ଚଣ୍ଡାଳୁଣୀ ଜଣଙ୍କୁ ତୁଳସୀ ଏବଂ ଜଳ ଦେଲେ । ଚଣ୍ଡାଳୁଣୀ ଜଣକ ତୁଳସୀ ଓ ଜଳ ପାଇ ମୃତ୍ୟୁ ବରଣ କଲା। ଅଜାଣତରେ ତା’ଦ୍ବାରା ଦେବୀ ସୀତାଙ୍କର ନବମୀ ବ୍ରତ ସଂପୂର୍ଣ୍ଣ ହୋଇଗଲା ଓ ସେ ପାପମୁକ୍ତ ହୋଇଗଲା। ଏହି ବ୍ରତ ପ୍ରଭାବରେ ତାକୁ ସ୍ବର୍ଗପ୍ରାପ୍ତି ହେଲା ଓ ତତ୍‌ପଶ୍ଚାତ୍‌ ସେ କାମରୂପ ଦେଶର ମହାରାଜ ଜୟସିଂହଙ୍କ ମହାରାଣୀ କାମଚଳା ନାମରେ ବିଖ୍ୟାତ ହେଲେ

Leave A Reply

Your email address will not be published.