ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୋଡା ମୁଣ୍ଡ ଶିଶୁ ଜଗା ପିନ୍ଧିଲା ରାକ୍ଷୀ, ରାକ୍ଷୀ ବାନ୍ଧିଲା ଭଉଣୀ ସୁଭଦ୍ରା

ଫୁଲବାଣୀ: ଆଜି ହେଉଛି ରକ୍ଷା ବନ୍ଧନ l ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ଫୁଲବାଣୀରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀଠାରୁ ରାକ୍ଷୀ ବାନ୍ଧି ବେଶ୍ ଖୁସି ଅଛି l ଜଗାକୁ ଛାଡି କାଳିଆ ଚାଲିଯିବା ପରେ ଜଗା ଘରକୁ ସାନ ଭଉଣୀ ସୁଭଦ୍ରା ଆସିଥିଲା । ତାକୁ ଦେଖି ଜଗା ବହୁତ ଖୁସି ହୋଇଥିଲା। କାଳିଆର ବିୟୋଗ ପରେ ଜଗା ମନରେ ଦୁଃଖ ଥିଲା। ଭଉଣୀକୁ ପାଇ ଜଗା ସେହି ଦୁଃଖକୁ ଭୁଲିଯାଇଥିଲା ପରି ଦେଖାଯାଉଛି l ଆଜି ରକ୍ଷା ବନ୍ଧନରେ ଭଉଣୀ ହାତରୁ ରାକ୍ଷୀ ପିନ୍ଧି ଜଗା ବେଶ୍ ଖୁସି ହୋଇଛି l ଫୁଲବାଣୀ ଜିଲ୍ଲା ମେଡିକାଲ ଶିଶୁ ମାତୃ ଗୃହ( ଏମ ସି ଏଚ) ର ସ୍ଵତନ୍ତ୍ର କ୍ୟାବିନରେ ଦୀର୍ଘ ଦିନ ଧରି ରହିଛନ୍ତି ଯୋଡାମୁଣ୍ଡ ଶିଶୁ ଓ ତାଙ୍କ ପରିବାର।

Leave A Reply

Your email address will not be published.