ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାନ ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ…

ଜୟପୁର: ସାନ ଭାଇ ଆତ୍ମହତ୍ୟା କରିବାର ଦିନକ ପରେ ବଡ ଭଉଣୀ କଲେ ଆତ୍ମହତ୍ୟା । ଜୟପୁର ସହର ପାରାବେଡା ଶ୍ରୀରାମ କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ନାବାଳକ ଭାଇ ଶିବାଶିଷ ନାୟକ ଗତ ୨୯ ତାରିଖରେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ବଡ ଭଉଣୀ ରଶ୍ମି ନାୟକ ଭୁବନେଶ୍ବରରେ ରହି ଇଂଜିନିୟର ପାଠ ପଢୁଥିଲେ । ଭାଇର ଆତ୍ମହତ୍ୟା ଖବର ଶୁଣି ଶୁକ୍ରବାର ଘରକୁ ଆସିଥିଲେ । ହେଲେ ଶନିବାର ବଡ ଭଉଣୀ ରଶ୍ମି ନାୟକ ଆତ୍ମହତ୍ୟା କରିଛନ୍ତି । ତେବେ ଉଭୟଙ୍କ ଆତ୍ମହତ୍ୟା ଘଟଣାର କାରଣ ଅସ୍ପଷ୍ଟ ରହିଛି । ଉଭୟ ଘଟଣାର ତଦନ୍ତ କରୁଛି ପୋଲିସ । ତେବେ ଟଙ୍କା ପାଇଁ ପୁଅକୁ ମାନସିକ ଚାପ ଦିଆଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ମୃତକଙ୍କ ବାପା ।

Leave A Reply

Your email address will not be published.