ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେଲ୍ଫି ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି, ଟିମ୍‌ ସହ ଦୁର୍ବ୍ୟବହାର ହୋଇଥିବା ଥାନାରେ ଅଭିଯୋଗ

ମୁମ୍ବାଇ: ସୋମବାର ଦିନ ମୁମ୍ବାଇର ଚେମ୍ବୁରଠାରେ ଏକ କନସର୍ଟ ଚାଲିଥିବାବେଳେ ସେଲ୍ଫି ନେବା ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ସୋନୁଙ୍କ ଟିମ୍‌ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି ନିଜେ କଣ୍ଠଶିଳ୍ପୀ ସୋନୁ ନିଗମ।

ସୂଚନା ଅନୁସାରେ, ଇଭେଣ୍ଟ ଶେଷ ହେବା ପରେ ସୋନୁ ନିଗମ ମଞ୍ଚରୁ ଓହ୍ଲାଉଥିବା ବେଳେ ଜଣେ ଫ୍ୟାନ୍ ତାଙ୍କ ସହ ଜବରଦସ୍ତି ସେଲଫି ନେବା ପାଇଁ ତାଙ୍କୁ ଧରି ପକାଇଥିଲେ । ସୋନୁଙ୍କ ଦୁଇ ଜଣ ଷ୍ଟାଫ୍ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲାବେଳେ ଫ୍ୟାନ୍ ଜଣକ ଧକ୍କା ଦେବାରୁ ଉଭୟ ତଳେ ପଡ଼ିଯାଇଥିଲେ । ଧସ୍ତାଧସ୍ତିରେ ସୋନୁ ମଧ୍ୟ ମଞ୍ଚ ସିଡ଼ିରେ ପଡିଯାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଏହି ଘଟଣା ପରେ ସୋନୁଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୋନୁଙ୍କ ସହ ଧସ୍ତାଧସ୍ତି କରିଥିବା ବ୍ୟକ୍ତି ଜଣକ ଜଣେ ସ୍ଥାନୀୟ ନେତାଙ୍କ ପୁଅ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.