ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଝଡ଼: ‘ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ’-ବୈଦେଶିକ ବ୍ୟାପାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଭାରତ ସରକାରଙ୍କୁ ଅବଗତ କରିଥିବା ବେଳେ ଓ ଭାରତ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଥିଲେ । ତେବେ ଏହି ସିଙ୍ଗାପୁର ଷ୍ଟ୍ରେନ ମନ୍ତବ୍ୟକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଆପତ୍ତି ଉଠାଇଛି ସିଙ୍ଗାପୁର । ଏନେଇ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସମନ୍ କରିଛନ୍ତି ସିଙ୍ଗାପୁର ସରକାର ।

ଏହାକୁ ନେଇ ସିଙ୍ଗାପୁରର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏକ ପ୍ରେସ ରିଲିଜ ମଧ୍ୟ ଜାରି କରାଯାଇଛି । ସେହିପରି ଭାରତରେ ସିଙ୍ଗାପୁର ରାଷ୍ଟ୍ରଦୂତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ଉପରେ ଜବାବ ରଖିଛନ୍ତି । ସେ ଏହାକୁ ରିଟ୍ୱିଟ କରି ଲେଖିଛନ୍ତି, ସିଙ୍ଗାପୁରରେ ଭୂତାଣୁର ନୂଆ ଷ୍ଟ୍ରେନ ମିଳିବା ଘଟଣାରେ କୌଣସି ସତ୍ୟତା ନାହିଁ । ଟେଷ୍ଟିଂରୁ ମିଳିଥିବା ସୂଚନା ଅନୁସାରେ, ସିଙ୍ଗାପୁରରେ ମିଳିଥିବା ବି-ୱାନ-ସିକ୍ସ-ୱାନ-ସେଭେନ-ଟୁ ଷ୍ଟ୍ରେନ, ଏଥିରେ କେତେକ ଶିଶୁ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏବଂ ଏହି ଷ୍ଟ୍ରେନ ପ୍ରଥମେ ଭାରତରେ ଦେଖାଦେଇଥିଲା।

ବିବାଦୀୟ ପରିସ୍ଥିତି ଭିତରେ  ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି, ଉଭୟ ଭାରତ ଓ ସିଙ୍ଗାପୁର କରୋନା ବିରୋଧରେ ମିଳିତ ଲଢ଼େଇ କରୁଛନ୍ତି । ଭାରତକୁ ସିଙ୍ଗାପୁର କରିଥିବା ସହଯୋଗ ନେଇ ସେ ଧନ୍ୟବାଦ ଜଣାଇବା ସହ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଭାରତର ନୁହେଁ ବୋଲି କହିଛନ୍ତି ।

ସୂଚନା ଅନୁଯାଯାୟୀ, ଗତକାଲି ସିଙ୍ଗାପୁର ଷ୍ଟ୍ରେନ୍ ଉପରେ ମନ୍ତବ୍ୟ ରଖି କେଜ୍ରିଓ୍ୱାଲ୍ କହିଥିଲେ ଯେ, ସିଙ୍ଗାପୁରରୁ ଆସିଥିବା କରୋନାର ନୂଆ ଷ୍ଟ୍ରେନ୍ ଶିଶୁଙ୍କ ପାଇଁ ମାରାତ୍ମକ ହୋଇପାରେ । ଭାରତରେ ଏହା ତୃତୀୟ ଲହର ରୂପରେ ଆସିପାରେ । ଏହାସହ କେନ୍ଦ୍ର ସରକାରଙ୍କୁ କେଜ୍ରିଓ୍ୱାଲ ଅପିଲ କରିଥିଲେ ସିଙ୍ଗାପୁରକୁ ତତ୍କାଳ ବିମାନ ସେବା ରଦ୍ଦ କରାଯାଉ ।

Leave A Reply

Your email address will not be published.