ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଚମକିଲେ ପିଭି ସିନ୍ଧୁ: ଜିତିଲେ ସିଙ୍ଗାପୁର ଓପନ ଟାଇଟଲ

ସିଙ୍ଗାପୁର: ପୁଣି ଚମକିଲେ ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୯, ୧୧-୨୧ ଓ ୨୧-୧୫ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ୱାଙ୍ଗଙ୍କୁ ହରାଇଥିଲେ । ମାତ୍ର ଦ୍ୱିତୀୟ ସେଟରେ ୱାଙ୍ଗ ବିଜୟୀ ହୋଇ ମ୍ୟାଚରେ ରୋମାଂଚ ଭରି ଦେଇଥିଲେ । ନିର୍ଣ୍ଣାୟକ ସେଟରେ ସିନ୍ଧୁ ୨୧-୧୫ରେ ବିଜୟୀ ହୋଇଥିଲେ । ଚଳିତ ବର୍ଷ ସିନ୍ଧୁଙ୍କ ଏହା ତୃତୀୟ ଟାଇଟଲ । ସେ ଏହା ପୂର୍ବରୁ କୋରିଆ ଓପନ ଓ ସୁଇସ ଓପନରେ ଚାମ୍ପିୟନ ହୋଇ ସାରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ସେ ଭଲ ଫର୍ମରେ ଥିବାରୁ ଭାରତ ପାଇଁ ଏକ ପଦକ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।

Leave A Reply

Your email address will not be published.