ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୁନ ୧୫ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା: ସବୁ ବର୍ଷ ଭଳି ମୌସୁମୀ ଆଗମନ ପୂର୍ବରୁ ଜୁନ ୧୫ତାରିଖ ଠାରୁ ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଶିମିଳିପାଳ ଅଭ୍ୟୟାରଣ୍ୟ ପ୍ରବେଶ ସହିତ ସମସ୍ତ ଇକୋ ଟୁରିଜିମ କମ୍ପଲେକ୍ସ ବନ୍ଦ ରହିବ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିୟମିତ ପରିଚାଳନା ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ମୂଖ୍ୟ ବନ ସଂରକ୍ଷକ ଏମ ଯୋଗଜୟାନନ୍ଦ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି। ଏହାର ଏକକିତା ନକଲ ସମସ୍ତ ଜଡ଼ିତ ଅଧିକାରୀଙ୍କ ଉଦେଶ୍ୟରେ ଅବଗତ ମଧ୍ୟ କରିଛନ୍ତି। ସୂଚନା ଥାଉ କି ମୌସୁମୀ ଫେରିଯିବା ପରେ ଶିମିଳିପାଳ ବୁଲିବା ପାଇଁ ରାସ୍ତା ଓ ପୋଲ ମରାମତି ପରେ ପୁର୍ନବାର ନଭେମ୍ବର ୧ତାରିଖରୁ ଏହା ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଖୋଲା ଯାଇଥାଏ।

Leave A Reply

Your email address will not be published.