ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କିଆରା-ସିଦ୍ଧାର୍ଥଙ୍କ ପ୍ରେମରେ ଭଟ୍ଟା

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍‌ଭାନି ଓ ସିଦ୍ଧାର୍ଥ ମଲହୋତ୍ରା ପରସ୍ପରକୁ ଡେଟ୍‌ କରୁଛନ୍ତି ବୋଲି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। କିଛି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଉଭୟଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡିଛି ବୋଲି ଏବେ ଚର୍ଚ୍ଚା ହେଉଛି। ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଇଥିବା କଥା ଏବେ କୁହାଯାଉଛି। ଉଭୟ ‘ଶେରଶାହ’ ସେଟ୍‌ରେ ପରସ୍ପରକୁ ଭେଟିଥିଲେ। ଏଯାବତ୍‌ ସିଦ୍ଧାର୍ଥ ଓ କିଆରା ସେମାନଙ୍କର ସମ୍ପର୍କକୁ ନେଇ କେବେ ବି ମୁହଁ ଖୋଲି ନାହାନ୍ତି। କିନ୍ତୁ ଉଭୟଙ୍କୁ ଅନେକ ସମୟରେ ବିମାନବନ୍ଦର, ରେସ୍ତୋରାଁ ଓ ବଲିଉଡ୍‌ ପାର୍ଟିଗୁଡ଼ିକରେ ଏକାଠି ଦେଖାଯାଇଥିଲା।

କିଆରା ଏବେ କାର୍ତ୍ତିକ୍‌ ଆର୍ୟନ୍‌ ଓ ତବୁଙ୍କ ସହିତ ‘ଭୁଲଭୁଲୈୟା-୨’ରେ ନଜର ଆସିବେ। ଏହି ଫିଲ୍ମ ୨୦ ମେ’ ୨୦୨୨ରେ ରିଲିଜ୍ ହେବ। ଏହା ସହିତ ସେ ବରୁଣ ଧୱନ୍‌ଙ୍କ ସହିତ ‘ଯୁଗ ଯୁଗ ଜିଓ’ ଓ ଭିକି କୌଶଲଙ୍କ ସହ ‘ଗୋବିନ୍ଦା ନାମ ମେରା’ରେ ଦେଖାଯିବେ। ସେହିଭଳି ସିଦ୍ଧାର୍ଥ, ରଶ୍ମିକା ମନ୍ଦାନାଙ୍କ ସହିତ ‘ମିଶନ୍‌ ମଜନୁ’ରେ ଦେଖାଯିବେ। ଏହାସହ ଅଜୟ ଦେବଗନ୍‌ ଓ ରକୁଲ୍‌ ପ୍ରୀତ ସିଂହ ‘ଥ୍ୟାଙ୍କ ଗଡ୍‌’ ଫିଲ୍ମରେ ନଜର ଆସିବେ। କରନ୍‌ ଜୋହର୍‌ଙ୍କ ଆକ୍ସନ ଫିଲ୍ମ ‘ଯୋଦ୍ଧା’ରେ ମଧ୍ୟ ନଜର ଆସିବେ। ରୋହିତ୍‌ ସେଟ୍ଟିଙ୍କ ଓଟିଟି ସିରିଜ୍‌ ‘ ଇଣ୍ଡିଆନ୍‌ ପୋଲିସ୍‌ ଫୋର୍ସ’ରେ ମଧ୍ୟ ସିଦ୍ଧାର୍ଥ ନଜର ଆସିବେ।

Leave A Reply

Your email address will not be published.