ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ଯବଂଶୀଙ୍କ ପରଲୋକ

ମୁମ୍ବାଇ: ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ଯବଂଶୀଙ୍କ ପରଲୋକ ଘଟିଛି। ୱାର୍କଆଉଟ୍‌ କରୁଥିବା ସମୟରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମାତ୍ର ୪୬ ବର୍ଷ ବୟସରେ ସିଦ୍ଧାନ୍ତଙ୍କ ଏଭଳି ଅକାଳ ବିୟୋଗ ତାଙ୍କ ପ୍ରଶଂସକ ତଥା ଟିଭି ଜଗତକୁ ଏକ ଶକ୍ତ ଧକ୍କା ଦେଇଛି। ସିଦ୍ଧାନ୍ତ ଦୁଇଟି ପିଲାର ବାପା ଓ ସେ ତାଙ୍କ ପତ୍ନୀଙ୍କ ସହ ମୁମ୍ବାଇରେ ରହୁଥିଲେ।

ସିଦ୍ଧାନ୍ତ ବୀର ସୂର୍ଯ୍ଯବଂଶୀ ଜଣେ ଲୋକପ୍ରିୟ ଟିଭି ଅଭିନେତା ଥିଲେ କିନ୍ତୁ ସେ ମଡେଲିଂରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ମଡେଲିଂରେ ବହୁତ କାମ କରିବା ପରେ ସେ ଟେଲିଭିଜନ୍‌ ଜଗତରେ ପାଦ ଥାପିଥିଲେ। ତାଙ୍କର ପ୍ରଥମ ଟିଭି ଧାରାବାହିକ ଥିଲା ‘କୁସୁମ୍’। ଏହାପରେ ସିଦ୍ଧନ୍ତ ଅନେକ ଲୋକପ୍ରିୟ ଟିଭି ସିରିଏଲ ଯେପରିକି, ‘କସୌଟି ଜିନ୍ଦେଗୀ କି’, ‘କୃଷ୍ଣ ଅର୍ଜୁନ’, ‘କ୍ୟା ଦିଲ ମେଁ ହୈ’ ଆଦିରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ।

Leave a comment