ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁବମନ ଗିଲଙ୍କ ଐତିହାସିକ ଇନିଂସ, ୨୦୨୩ରେ ପ୍ରଥମ ବ୍ୟାଟର ଭାବେ କଲେ ଏହି ରେକର୍ଡ

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର୍‌-ଗାଭାସ୍କର୍‌ ଟ୍ରଫିର ଚତୁର୍ଥ ମ୍ୟାଚ୍‌ରେ ଓପନର୍ ଶୁବମନ ଗିଲ ଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଶତକ ହାସଲ କରି ଶୁବମନ ଗିଲ ଏଭଳି ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ଚଳିତ ବର୍ଷ କୌଣସି ବ୍ୟାଟ୍ସମ୍ୟାନ୍ କରିପାରି ନାହାଁନ୍ତି। ଗିଲ ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପ୍ରଥମ ଶତକ।

ଏହାପୂର୍ବରୁ ଶୁଭମାନ ଗିଲ ଗତ ବର୍ଷ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏଥି ସହିତ, ଚଳିତ ବର୍ଷ ୩ ମାସ ମଧ୍ୟରେ ସେ ତିନୋଟି ଫର୍ମାଟରେ(ଟେଷ୍ଟ, ଦିନିକିଆ,ଟି-୨୦)ରେ ଶତକୀୟ ଇନିଂସ ଖେଳି ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ସମସ୍ତ ତିନୋଟି ଫର୍ମାଟରେ ଶତକ ହାସଲ କରିଥିବା ୨୦୨୩ ମସିହାରେ ଶୁବମନ ଗିଲ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ୯୧ ସ୍କୋର ଥିଲା। ୨୦୨୧ ଗାବା ଟେଷ୍ଟରେ ଗିଲ ଶତକ ଠାରୁ ୯ ରନ ପଛରେ ଥିବା ବେଳେ ଆଉଟ ହୋଇଯାଇଥିଲେ। କିନ୍ତୁ ଭାରତ ବେଶ ଚମତ୍କାର ଢଙ୍ଗରେ ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିବା ପାଇଁ ଗିଲ୍‌ ରଖିଥିବା ଲକ୍ଷ୍ୟ ଶେଷରେ ଆଜି ପୂରଣ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଗିଲଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା। ତୃତୀୟ ଟେଷ୍ଟରେ ତାଙ୍କୁ ସୁଯୋଗ ମିଳିଥିବା ବେଳେ ସେ ପ୍ରଥମ ଇନିଂସରେ ୨୧ ଓ ଦ୍ୱିତୀୟ ଇନିଂସରେ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତ ଏହି ମ୍ୟାଚ୍‌କୁ ୯ ୱିକେଟରେ ହାରି ଯାଇଥିଲା।

ଅହମଦାବାଦ ପିଚ୍‌ ବ୍ୟାଟରଙ୍କୁ ସୁହାଉଥିବା ବେଳେ ୨୩ ବର୍ଷୀୟ ଗିଲ୍‌ ଏହାର ଫାଇଦା ଉଠାଇ ମାତ୍ର ୧୯୪ ବଲରେ ନିଜର ଶତକ ହାସଲ କରିଛନ୍ତି। ଉଭୟ ଆଟାକିଂ ଓ ନିଜର ଡିଫେନ୍ସ ଜରିଆରେ ସେ ନିଜର ବ୍ୟାଟିଂ କଳା ସମସ୍ତଙ୍କୁ ଦେଖାଇଛନ୍ତି। ଗିଲ ଆଜି ଭାରତର ୬୨ତମ ଓଭରରେ ଟଡ ମର୍ଫୀଙ୍କୁ ସୁଇପ୍‌ରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ। ଏବେ ସେ ୧୨୮ ରନ କରି ଆଉଟ ହୋଇଛନ୍ତି। ତାଙ୍କୁ ନାଥନ ଲାୟନ ଆଉଟ କରିଛନ୍ତି। ଗିଲ ତାଙ୍କ ଇନିଂସରେ ୧୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।ଅହମଦାବାଦ ଟେଷ୍ଟରେ ଗିଲ୍‌ ଶତକ ହାସଲ କରିବା ଆଉ ଏକ ନୂଆ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ସେ କେଏଲ ରାହୁଲଙ୍କ ପରେ ଦ୍ୱିତୀୟ ଯୁବ ଭାରତୀୟ ଓପନର ଯିଏ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଛନ୍ତି।

Leave A Reply

Your email address will not be published.