ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି- ପୁରୀ ଗଜପତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି । ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷିତ ଅଛି । ଶ୍ରୀମନ୍ଦିର ସୌନ୍ଦର୍ଯ୍ଯକରଣ କାମରେ କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ସରକାର ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏହି ପରିକ୍ରମା ପ୍ରକଳ୍ପ କାମ ହାତକୁ ନେଇଛନ୍ତି । ମହାପ୍ରଭୁଙ୍କ କାମ ସମସ୍ତଙ୍କ ଦାୟିତ୍ୱ । ଯୋଜନା କେମିତି ସୁରୁଖୁରୁରେ ଆଗେଇ ଚାଲିବ ସେ ନେଇ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଗଜପତି ମହାରାଜ ଦିବ୍ୟ ସିଂହ ଦେବ କହିଛନ୍ତି ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ କାମ ଜାରି ରହି କାମ ଶେଷ ହେବା ଦରକାର । କୌଣସି ଗୋଟିଏ ବ୍ୟକ୍ତି କିମ୍ବା ଦଳ କିମ୍ବା ସରକାରଙ୍କ ଏହା କାମ ନୁହେଁ । ଏହି ଧାମକୁ ବିଶ୍ୱସ୍ତରରେ ସ୍ଥାପନ କରିବା ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସମସ୍ତ ଭକ୍ତ ମିଳିମିଶି ଆଲୋଚନା କରି ପ୍ରଥମେ ସମସ୍ତ ବାଧା ହଟାଇବା ଦରକାର । ସମାଧାନର ରାସ୍ତା ବାହାର କରିବା ଦରକାର ବୋଲି କହିଛନ୍ତି ଗଜପତି ମହାରାଜ ।

Leave A Reply

Your email address will not be published.