ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ ଆସିଲା ଡିଏନଏ ରିପୋର୍ଟ; ମେହେରୁଲିର ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ପୁଲିସକୁ ବଡ ସଫଳତା । ମେହେରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ପୋଲିସ କହିଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା ବାପାଙ୍କର ନମୁନା ସହ ଡିଏନଏ ମ୍ୟାଚ୍ କରିଛି । ମେହେରୁଲି ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼କୁ CFSLକୁ ଟେଷ୍ଟ ପାଇଁ ପଠାଯାଇଥିଲା । ଆଜି ଡିଏନଏ ରିପୋର୍ଟ ଦିଲ୍ଲୀ ପୋଲିସର ହସ୍ତଗତ ହୋଇଛି ।

ଶ୍ରଦ୍ଧା ହତ୍ୟା ଘଟଣାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫତାବ ପୁନେୱାଲଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଜେରା ବେଳେ ମେହେରୁଲି ଜଙ୍ଗଲରେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରି ଫୋପାଡିଥିବା କଥା ପୋଲିସ ଆଗରେ କହିଥିଲା ଅଫତାବ । ଡିଏନଏ ମେଳ ଖାଇଥିବାରୁ ପିଶାଚ ପ୍ରେମିକ ଅଫତାବକୁ ଦୋଷୀ ପ୍ରମାଣିତ କରିବା ପାଇଁ ପୋଲିସକୁ ବଡ ଅସ୍ତ୍ର ମିଳିଛି । ତାକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଓ କଡ଼ା ଦଣ୍ଡବିଧାନ କରିବାରେ ଡିଏନଏ ରିପୋର୍ଟ ପୋଲିସ ପାଇଁ ବଡ଼ ପ୍ରମାଣ ହେବ ।

ଉଲ୍ଲେଖଯୋଗ୍ୟ, ଗତ ମେ ୧୮ ତାରିଖରେ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଓ୍ବାକରକୁ ଦିଲ୍ଲୀର ଭଡ଼ା ଘରେ ହତ୍ୟା କରି ପିସ୍ ପିସ୍ କରି କାଟିଥିଲା ବୟଫ୍ରେଣ୍ଡ ଜହ୍ଲାଦ । ମାସ ମାସ ଧରି କଟା ଶରୀର ଫ୍ରିଜରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ହତ୍ୟା ସମ୍ପର୍କରେ ଜାଣିଥିଲା ।

Leave A Reply

Your email address will not be published.