ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଫତାବକୁ ନେଇ ଯାଉଥିବା ବେଳେ ପୁଲିସ ଭ୍ୟାନ ଉପରକୁ ଆକ୍ରମଣ

ନୂଆଦିଲ୍ଲୀ: ଆଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଛି। ହାତରେ ଖଣ୍ଡା ଧରି ୪ ରୁ ୫ଜଣ ଭ୍ୟାନ ଉପରେ ଆକ୍ରମଣ କରିଛନ୍ତି। ପଲିଗ୍ରାଫ ଟେଷ୍ଟ ପରେ ତିହାର ଜେଲ୍ ନେବା ସମୟରେ ଏହି ଆକ୍ରମଣ ହୋଇଛି। ପଲିଗ୍ରାଫ ଟେଷ୍ଟ ସରିବା ପରେ ଏଫଏସଏଲ ଲ୍ୟାବରୁ ନିଆଯିବା ବେଳେ ଏମାନେ ଭ୍ୟାନର ପିଛା କରିଥିଲେ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିଲା । ସେମାନଙ୍କୁ କାବୁ କରିବା ପାଇଁ ପୁଲିସ ରିଭଲଭର ବାହାରି କରିଥିଲା । ସେମାନଙ୍କୁ କାବୁ କରି ପୁଲିସ ପଚରା ଉଚରା କରୁଛି । ଆକ୍ରମଣ ବେଳେ ସେମାନେ ନାରାବାଜୀ କରିଥିଲେ । ଆକ୍ରମଣକାରୀ ନିଜକୁ ହିନ୍ଦୁ ସେନାର କାର୍ଯ୍ଯକର୍ତ୍ତା କହିଛନ୍ତି । ସେମାନେ କହିଛନ୍ତି, ଆମ ଭଉଣୀ ଓ ଝିଅ ଯେତବେଳେ ସୁରକ୍ଷିତ ନାହାନ୍ତି, ତେବେ ଆମେ ବଞ୍ଚି କଣ କରିବା । ଆମକୁ ଦୁଇ ମିନିଟ ପାଇଁ ଆଫତାବକୁ ହସ୍ତାନ୍ତର କର ଆମେ ତାକୁ ଗୁଳି କରି ମାରିବୁ।

Leave A Reply

Your email address will not be published.