ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଣିଗାରେଡି ସନ୍ଦେହରେ ପୁତୁରାକୁ ତୀର ମାରିଲା ଦାଦା

କେନ୍ଦୁଝର/ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା କନ୍ତୋ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଣିଗାରେଡି କରୁଥିବା ସନ୍ଦେହ କରି ରତ୍ନାକର ବିନ୍ଧାଣିଙ୍କୁ ତାଙ୍କ ଦାଦା ରବି ବିନ୍ଧାଣି ତୀରମାଡ କରିଥିବା ଖବର ମିଳିଛି। ସୌଭାଗ୍ୟ ବଶତଃ ତୀରଟି ଛାତିରେ ନବାଜି ହାତରେ ବାଜିଛି। ତୁରନ୍ତ ପରିବାର ଓ ସ୍ଥାନୀୟ ଲୋକ ରତ୍ନାକରକୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରିବା ପରେ ଚିକିତ୍ସା ଜାରି ରହିଛି। ଅନ୍ୟପକ୍ଷରେ ଖବର ପାଇ ଘଷିପୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.