ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସେବାୟତଙ୍କୁ ଗୁଳି କରି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ପୁରୀ: ସେବାୟତଙ୍କୁ ଗୁଳି କରି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ  ଆଜି ଗୁଳି କରି ହତ୍ୟା କରାଯାଇଛି । ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥାନରୁ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରୁ ସେବାୟତଙ୍କୁ ଉଦ୍ଧାର କରାଯାଇ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ଏହି ଗୁଳିକାଣ୍ଡ ପୁରୀର ବାରବାଟୀ ଆଖଡ଼ା ନିକଟରେ ଘଟିଥିବା ସୂଚନା ମିଳିଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବ ବେଳେ ଜିଲ୍ଲାପାଳ ଓ ଏସପି ଘଟଣା ସ୍ଥାନରେ ପହଞ୍ଚିଛନ୍ତି।

Leave A Reply

Your email address will not be published.