ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜିଏସଟି ଚଢ଼ାଉ ବେଳେ ଅଘଟଣ: ଜିଏସଟି ଅଧିକାରୀଙ୍କୁ ମାଡ଼ ମାରି ବିଦା କଲେ ଦୋକାନୀ

କେନ୍ଦ୍ରାପଡା: ଅଭିଯୋଗ ଆଧାରରେ ଜିଏସଟିର ଏକ ଟିମ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉବେଳେ ମାଲିକ ତଣ୍ଟିଆ ମାରି ଦୋକାନରୁ ବିଦା କରିଥିବା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଜଗତସିଂହପୁର ଜିଲ୍ଲା ପାରାଦୀପର ଜିଏସଟି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ତାଙ୍କର ଟିମର ଅଖିଲ କୁମାର, ଚିତ୍ତରଞ୍ଜନ ମହାନ୍ତି ଏବଂ ସନାତନ ଦାସଙ୍କ ସହ ଶିଳିପୁର ସ୍ଥିତ ଓମ ସାଇ ମାର୍ବଲସରେ ଅଭିଯୋଗ ଆଧାରରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଦୋକାନୀ ମାଲିକ ଜିଏସଟି ଅଧିକାରୀଙ୍କ ପରିଚୟ ପତ୍ର ଯାଞ୍ଚ କରିଥିଲେ। ଏହାପରେ ବସିବାକୁ ସିଟ ଦେଇଥିଲେ। ଯେତେବେଳେ ବିଭିନ୍ନ ଡକ୍ୟୁମେଣ୍ଟ ଯାଞ୍ଚ କରିବାକୁ ଆରମ୍ଭ କଲେ ସେତେବେଳେ ମାଲିକ ବିରୋଧ କରିଥିଲେ। ସମସ୍ତ ଡକ୍ୟୁମେଣ୍ଟ ଅଧିକାରୀଙ୍କ ହାତରୁ ଝାମ୍ପି ନେଇଥିଲେ। ଏହାପରେ ଦୋକାନ ଭିତରକୁ ଦୋକାନୀ ମାଲିକ ଅଭିଜିତ ସ୍ଥିତପ୍ରଜ୍ଞ ବେଉରା ପଶିବାକୁ ସେମାନଙ୍କୁ ଅଟକାଇଥିଲେ। ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଜିଏସଟି ଅଧିକାରୀଙ୍କ ଟିମକୁ ଗଳା ଧକ୍କା ଦେଇ ପ୍ରତିଷ୍ଠାନରୁ ବିଦା କରିଦେଇଥିଲେ। ଆଉଥରେ ସେଠାରେ ଚଢ଼ାଉ କଲେ ଆକ୍ରମଣ କରିବାକୁ ଧମକ ମିଳିଥିଲା। ଶେଷରେ ବାଧ୍ୟ ହୋଇ ଅଧିକାରୀମାନେ ଖାଲି ହାତରେ ସେଠାରୁ ଫେରିଯାଇ ମାର୍ଶାଘାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଜିଏସଟି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୧୮୧/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Leave A Reply

Your email address will not be published.