ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସିଆରପିଏଫ କ୍ୟାମ୍ପରେ ଦୁଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ: ଜଣେ ମୃତ, ଅନ୍ଯ ଜଣେ ଗୁରୁତର

ତେଲେଙ୍ଗାନା: ମାଲକାନଗିରି ସୀମାନ୍ତ ତେଲେଙ୍ଗାନାରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ । ତେଲେଙ୍ଗାନାର ଭେଙ୍କଟପୁରମ ପୁଲିସ ଷ୍ଟେସନ ଅନ୍ତର୍ଗତ ୩୯ତମ ସିଆରପିଏଫ କ୍ୟାମ୍ପରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମେସ୍ ଇନଚାର୍ଜ ଓ କାର୍ଯ୍ଯରତ ଏସଆଇଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଏସଆଇ ଉମେଶ ଚନ୍ଦ୍ରଙ୍କ ଦେହାନ୍ତ ହୋଇଛି । ସେହିପରି ମେସ୍ ଇନଚାର୍ଜ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ମେସ୍ ଇନଚାର୍ଜଙ୍କୁ ନିକଟସ୍ଥ ଏଟୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଏଏସଆଇ ଉମେଶ ଚନ୍ଦ୍ର ଓ ହେଡ କନେଷ୍ଟବଲ ଷ୍ଟିଫନଙ୍କ ଭିତରେ କୌଣସି କାରଣରୁ ବହୁତ ଯୋର ବିବାଦ ଲାଗି ରହିଥିଲା। ସେଥିପାଇଁ ଷ୍ଟିଫନ ତାଙ୍କୁ ଗୁଳି କରିଦେଇଛନ୍ତି । ଏହି ଗୁଳି ଫୁଟିବା ଶବ୍ଦ ଶୁଣି ସ୍ଥାନୀୟ ଲୋକ ଓ ସିଆରପିଏଫର ଅନ୍ୟ ଜବାନ ମାନେ ସେଠାରେ ପହଞ୍ଚିଥିଲେ। ସେତେବେଳକୁ ଉମେଶଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଷ୍ଠିପନ ଗୁରୁତର ଭାବେ ଆହତ ହୋଇ କଷ୍ଟ ପାଉଥିଲେ । ଜବାନମାନେ ଆହତ ହେଡ କନେଷ୍ଟବଲଙ୍କୁ ଫୋରମ ମେଡ଼ିକାଲରେ ଚିକିତ୍ସା ପାଇଁ ପହଞ୍ଚାଇଥିଲେ।

ବସ୍ତର ଆଇ.ଜି. ବିବେକାନନ୍ଦ ସିହ୍ନା କହିଛନ୍ତି ଯେ, ସିଆରପିଏଫ ୩୯ ବାଟାସଲିୟନର ହେଡ କଲନେଷ୍ଟବଲ ନିଜ ସର୍ଭିସ ରାଇଫଲରୁ ଏଏସଆଇଙ୍କୁ କ୍ୟାମ୍ପରେ ଗୁଳି କରିଛନ୍ତି । ଏହା ପରେ ହେଡ କନେଷ୍ଟବଲ ଜଣକ ଆତ୍ମ ହତ୍ୟା କରିବା ପାଇଁ ପ୍ରୟାସ କରିଥିଲେ। ତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.